ପାଟଣା, 5 ଫେବ୍ରୁଆରି (ହି.ସ.)
- ଲୋକସଭାରେ
ବିରୋଧୀ ଦଳ ନେତା ତଥା କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ବିହାରରେ ହୋଇଥିବା ଜାତି
ଭିତ୍ତିକ ଜନଗଣନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ବିହାରର ଜାତିଗଣନା ଦେଖନାହିଁ
ବରଂ ଜାତୀୟ ଭାଗିଦାରୀର ସତ୍ୟ ଯଦି ଜାଣିବାକୁ ଅଛି, ତେବେ ତେଲେଙ୍ଗାନାରେ ହୋଇଥିବା
ଜାତିଭିତ୍ତିକ ଜନଗଣନାକୁ ଦେଖାଯାଉ । ସେ ଦେଶସ୍ତରରେ ତେଲେଙ୍ଗାନା ମଡେଲକୁ ଆପଣାଇବା ପାଇଁ
ଓକିଲାତି କରିଛନ୍ତି । କହିଛନ୍ତି ଯେ ଦେଶ ସ୍ତରରେ ଜାତି ଜନଗଣନା କରିବାର ଆବଶ୍ୟକତା ରହିଛି ।
ସେ ବୁଧବାର ପାଟଣାରେ ଆୟୋଜିତ ସ୍ୱାଧୀନତା ସଂଗ୍ରାମୀ ଜଗଲାଲ ଚୌଧୁରୀଙ୍କ 130ତମ ଜୟନ୍ତୀ
ସମାରୋହକୁ ସଂବୋଧିତ କରିଛନ୍ତି ।
ରାହୁଲ ଗାନ୍ଧୀ କେନ୍ଦ୍ର
ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଭାରତର ପାୱାର ଷ୍ଟ୍ରକଚର ପରି ଶିକ୍ଷା, ସ୍ୱାସ୍ଥ୍ୟ,
କର୍ପୋରେଟ ଓ ଜ୍ୟୁଡିସିଆଲରେ ଦଳିତ ବର୍ଗଙ୍କର କେତେ ଭାଗିଦାରୀ ରହିଛି । ବିଜେପି
ରିପ୍ରେଜେଂଟେସନର କଥା କହୁଛି କିନ୍ତୁ ଭାଗିଦାରୀ ବିନା ରିପ୍ରେଜେଂଟେସନର କୌଣସି ମୂଲ୍ୟ ନାହିଁ
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା