ବାରାଣସୀ 5 ଫେବୃଆରୀ (ହି.ସ)-ଧର୍ମନଗରୀ କାଶୀରେ ତୀର୍ଥସ୍ଥଳର ପବିତ୍ରତା ବୃଦ୍ଧି ଉଦ୍ଦେଶ୍ୟର ବୁଧବାର ମଣିକର୍ଣ୍ଣିକା ତୀର୍ଥରେ ସ୍ୱଚ୍ଛତାର ଅଭିଯାନ ନମାମି ଗଙ୍ଗେର ସଦସ୍ୟମାନେ କରିଥିଲେ।ବସନ୍ତର ଶୀତଳ ପବନ ମଧ୍ୟରେ ମଣିକର୍ଣ୍ଣିକା ଘାଟରେ ସ୍ୱଚ୍ଛତା ଅଭିଯାନରେ ଯୁବକମାନେ ଶ୍ରମଦାନ କରିଥିଲେ।ଏହାପରେ ଘାଟର ମଇଳା ,ଫୁଲମାଳା ,ପଲିଥିନ ସଂଗ୍ରହ କରାଯାଇ ମୁନ୍ୟୁସୀପାଲିଟି କର୍ପୋରେସନର ପରିମଳ କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇଥିଲା।ମହାକୁମ୍ଭରେ ସ୍ନାନ କରିବା ପରେ କାଶୀ ପହଁଞ୍ଚୁଥିବା ଭକ୍ତଙ୍କ ସହିତ କାର୍ଯ୍ୟକର୍ତ୍ତାମାନେ ମା ଗଙ୍ଗାଙ୍କ ଆରତୀ ମଧ୍ୟ କରିଥିଲେ।ସହରର ମନ୍ଦିର ଏବଂ ଧାର୍ମିକ ସ୍ଥାନଗୁଡିକ ସଫା କରିବାର ଲକ୍ଷ୍ୟ ହାସଲ କରି ଗଙ୍ଗା କୁଳ ସଫା କରିବାକୁ ପ୍ରତିଶୃତି ଭକ୍ତଙ୍କୁ ଦିଆଯାଇଥିଲା।ନମାନି ଗଙ୍ଗେ କାଶୀ ଅଞ୍ଚଳର ସଂଯୋଜକ ରାଜେଶ ଶୁକ୍ଳା କହିଛନ୍ତି ଯେ ସ୍ୱଚ୍ଚ ତୀର୍ଥ ଅଭିଯାନର ଉଦ୍ଦେଶ୍ୟ ଧାର୍ମିକ ଏବଂ ଆଧ୍ୟାତ୍ମିକ ପରିସର ଏବଂ ଏହାର ଆଖପାଖ ଅଞ୍ଚଳକୁ ସ୍ୱଚ୍ଚ ଏବଂ ଅଳିଆ ମୁକ୍ତ ରଖିବା ଦିଗରେ ଆଚରଣ ଏବଂ ମନୋଭାବରେ ସକରାତ୍ମକ ପରିବର୍ତ୍ତନ ଆଣିବା।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା