ଦୋସା 5 ଫେବୃଆରୀ (ହି.ସ)-ଜିଲ୍ଲା ଦେଇ ଯାଉଥିବା ଜୟପୁର ଆଗ୍ରା ଜାତୀୟ ରାଜପଥରେ ବୁଧବାର ସକାଳେ ବାଲାହେଡୀ ଥାନା ଅଞ୍ଚଳରେ ପୀପଲଖେଡା ଗ୍ରାମ ନିକଟରେ ଭକ୍ତଙ୍କ ଭର୍ତ୍ତୀ ସ୍ଲୀପର କୋଚ ବସ ନିୟନ୍ତ୍ରଣ ବାହାରକୁ ଯାଇ ଓଲଟି ପଡିଥିଲା।ପ୍ରୟାଗରାଜ ମହାକୁମ୍ଭରୁ ଫେରୁଥିବା ସମୟରେ ଦୁର୍ଘଟଣାରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ 14ଜଣ ଭକ୍ତ ଆହତ ହୋଇଛନ୍ତି।ଯାହାକୁ ଚିକିତ୍ସା ପାଇଁ ମହୱା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି।ଯେଉଁଠାରୁ ସାତଜଣ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ହାୟର ସେଣ୍ଟର ରେଫର କରାଯାଇଛି।ଥାନା ଦାୟିତ୍ୱରେ ଥିବା ଭଗବାନ ସହାୟ କହିଛନ୍ତି ଯେ ମହାକୁମ୍ଭରୁ ଫେରୁଥିବା ଭକ୍ତଙ୍କୁ ବସ ସକାଳ ପ୍ରାୟ 5ଟା ସମୟରେ ପୀପଲଖେଡାଗ୍ରାମ ନିକଟ ରାସ୍ତାରେ ବସିଥିବା ଅସହାୟ ଗୋରୁମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବାବେଳେ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା।ସୁଚନାପାଇବା ପରେ ଡ୍ୟୁଟି ଅଧିକାରୀ ଘଟଣାସ୍ଥଳରେ ପହଁଞ୍ଚିଥିଲେଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଆହତଙ୍କ ଚିକତ୍ସା ପାଇଁ ଜିଲ୍ଲା ଡାକ୍ତରଖାନା ମହୱାରେ ଭର୍ତ୍ତୀ କରାଯାଇଥିଲା।ଘଟଣାକ୍ରମରେ ହନୁମାନଗଢ ଏବଂ ଚୁରରେ ରହୁଥିବା ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ହରିୟାଣାର ସିରସା,ଚୁର ଏବଂ ହନୁମାନଗଢ ଜିଲ୍ଲାରେ ରହୁଥିବା 14ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା