ଜଳବାୟୁ ପରିବର୍ତନ ପ୍ରସଙ୍ଗରେ ସାହିତ୍ୟିକମାନେ ସ୍ୱର ଉଠାନ୍ତୁ - ରାଜ୍ୟପାଳ
ଭୁବନେଶ୍ୱର, 19 ଜାନୁଆରୀ (ହି.ସ.) -:ଜଳବାୟୁ ପରିବର୍ତନ ପ୍ରସଙ୍ଗରେସାହିତ୍ୟିକମାନେ ସ୍ୱରଉଠାଇବାକୁରାଜ୍ୟପାଳ ଡ. ହରିବାବୁକମ୍ଭମପାଟି ଆହ୍ୱାନ ଜଣାଇଛନ୍ତି।ଚଳିତଜାନୁଆରୀ ୧୯ ତାରିଖ ଦିନ କିଟ୍‌ବିଶ୍ୱବିଦ୍ୟାଳୟ ପରିସରରେ “ବିଶ୍ୱମୁକ୍ତି” ଆନୁକୂଲ୍ୟରେବିଶ୍ୱରେଜଳବାୟୁ ପରିବର୍ତନରେଭାରତୀୟଭାଷା ଓ ସଂସ୍କୃତି
ଜଳବାୟୁ ପରିବର୍ତନ ପ୍ରସଙ୍ଗରେ ସାହିତ୍ୟିକମାନେ ସ୍ୱର ଉଠାନ୍ତୁ - ରାଜ୍ୟପାଳ


ଭୁବନେଶ୍ୱର, 19 ଜାନୁଆରୀ (ହି.ସ.) -:ଜଳବାୟୁ ପରିବର୍ତନ ପ୍ରସଙ୍ଗରେସାହିତ୍ୟିକମାନେ ସ୍ୱରଉଠାଇବାକୁରାଜ୍ୟପାଳ ଡ. ହରିବାବୁକମ୍ଭମପାଟି ଆହ୍ୱାନ ଜଣାଇଛନ୍ତି।ଚଳିତଜାନୁଆରୀ ୧୯ ତାରିଖ ଦିନ କିଟ୍‌ବିଶ୍ୱବିଦ୍ୟାଳୟ ପରିସରରେ “ବିଶ୍ୱମୁକ୍ତି” ଆନୁକୂଲ୍ୟରେବିଶ୍ୱରେଜଳବାୟୁ ପରିବର୍ତନରେଭାରତୀୟଭାଷା ଓ ସଂସ୍କୃତିଉପରେ ପ୍ରଭାବ ତଥା ବିଚାରସଂପର୍କରେ ଅଷ୍ଟମତ୍ରି-ଦିବସୀୟରାଷ୍ଟ୍ରୀୟକର୍ମଶାଳା ଓ ବହୁଭାଷୀକାବ୍ୟପାଠର ଉଦ୍‌ଯାପନୀ ସମାରୋହରେମୁଖ୍ୟ ଅତିଥି ଭାବେଯୋଗ ଦେଇ ରାଜ୍ୟପାଳ ଡ. ହରିବାବୁକମ୍ଭମ୍‌ପାଟିଏହି ଆହ୍ୱାନ ଦେଇଛନ୍ତି। ଉଦ୍‌ବୋଧନ ଦେଇ ରାଜ୍ୟପାଳକହିଥିଲେ ଯେ, ଜଳବାୟୁ ପରିବର୍ତନ କେବଳ ଏକ ପରିବେଶଗତଚ୍ୟାଲେଞ୍ଜ ନୁହେଁବରଂସାଂସ୍କୃତିକଐତିହ୍ୟସମେତଜୀବନର ପ୍ରତ୍ୟେକ ଦିଗଉପରେଗଭୀରପ୍ରଭାବ ପକାଇଥାଏ। ପ୍ରକୃତିଏବଂସଂସ୍କୃତିମଧ୍ୟରେସଂପର୍କଭାରତୀୟସଭ୍ୟତାର ଏକ ମୌଳିକଉପାଦାନ ହୋଇଆସିଛି।ଭାରତୀୟସାହିତ୍ୟଏହାରବିଶାଳତା, ବିବିଧତାଏବଂ ପରିବେଶଗତଚେତନାରେସମୃଦ୍ଧ।ଆମର ପ୍ରାଚୀନ ଗ୍ରନ୍ଥ, ଲୋକ ପରମ୍ପରାଏବଂସାହିତ୍ୟିକକୃତୀଗୁଡ଼ିକ ପ୍ରାୟତଃମାନବଜୀବନ ଏବଂ ପରିବେଶମଧ୍ୟରେ ଏକ ପାରସ୍ପରିକକ୍ରିୟାକୁ ପ୍ରତିଫଳିତକରିଥାଏ। ତଥାପି, ଆଜି ଆମେଯେଉଁଦ୍ରୁତ ପରିବେଶଗତ ପରିବର୍ତନ ଦେଖୁଛୁତାହା ଧିରେ ଧିରେଏହିସମନ୍ୱୟକୁବ୍ୟାହତକରୁଛି।ଏହିବାଧାଗୁଡ଼ିକକେବଳ ପରିବେଶଗତ ନୁହେଁବରଂଭାଷାଗତ ଓ ସାଂସ୍କୃତିକମଧ୍ୟ।ଏହା ଆମଭାଷା ଓ ପରଂପରାକୁ ପ୍ରଭାବିତକରୁଛିବୋଲିରାଜ୍ୟପାଳକହିଥିଲେ। ଆଜି ପରିବେଶସଚେତନତାଜାଗ୍ରତକରିବାଏବଂଭବିଷ୍ୟତ ପୀଢ଼ିକୁପ୍ରେରଣା ଦେବା ପାଇଁସାହିତ୍ୟରବ୍ୟବହାରଉପରେରାଜ୍ୟପାଳଗୁରୁତ୍ୱାରୋପ କରିଥିଲେଏବଂ ପ୍ରାଣୀଜଗତକୁସୁସ୍ଥ ଓ ସଶକ୍ତରଖିବା ପାଇଁସାହିତ୍ୟିକମାନେ ନିରନ୍ତରକଲମଚାଳନାଜାରିରଖିବାକୁରାଜ୍ୟପାଳ ଡ. କମ୍ଭମ୍‌ପାଟି ଆହ୍ୱାନ ଜଣାଇଥିଲେ।

ଏହିସମାରୋହରେପୂର୍ବତନ ଲୋକସଭାସାଂସଦ ତଥା “ବିଶ୍ୱମୁକ୍ତି”ରଚେୟାରମ୍ୟାନ ଡ ପ୍ରସନ୍ନକୁମାର ପାଟ୍ଟଶାଣୀ, କିଟ୍ ଓ କିସ୍‌ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦଡ଼ ଅଚ୍ୟୁତସାମନ୍ତ,ଭାରତସରକାରଙ୍କ ଆର.ସି.ଏମ୍‌.ଆର.ରଏଡିଜିଡ଼ଃସଂଘମିତ୍ରା ପତି, ଇଷ୍ଟର୍ଣ୍ଣକୋଲ୍ ଫିଲଡ୍‌ଲିଃର ପୂର୍ବତନ ସି.ଏମ୍‌.ଡ଼ି. ଶ୍ରୀମତୀଆହୁତିସ୍ୱାଇଁ, “ବିଶ୍ୱମୁକ୍ତି”ରସଂପାଦକ ପ୍ରଫେସରଶଶାଙ୍କଚୂଡ଼ାମଣି ପ୍ରମୁଖବକ୍ତବ୍ୟ ପ୍ରଦାନ କରି ପରିବେଶ ପରିବର୍ତନ ଦ୍ୱାରାକିପରିକଳା, ସଂସ୍କୃତି, ଭାଷା ଓ ସାହିତ୍ୟ ପ୍ରଭାବିତହେଉଛିସେସଂପର୍କରେ ଅବତାରଣାକରିଥିଲେ।ଓଡ଼ିଶାଶିଶୁ ଅଧିକାରସୁରକ୍ଷା ଆୟୋଗର ପୂର୍ବତନ ଅଧ୍ୟକ୍ଷାସନ୍ଧ୍ୟାବତୀ ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣକରିଥିଲେ।ଏହି ଅବସରରେବିଭିନ୍ନଭାଷାରକୃତୀସାରସ୍ୱତସାଧକଙ୍କୁସଂବର୍ଦ୍ଧିତକରାଯିବାସହିତବିଭିନ୍ନଭାଷାର ପୁସ୍ତକଉନ୍ମୋଚନ କରାଯାଇଥିଲାଏବଂ“ବିଶ୍ୱମୁକ୍ତି”ର ସ୍ୱତନ୍ତ୍ର ସଂସ୍କରଣଉନ୍ମୋଚିତହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଅନିଲ


 rajesh pande