ଗତ ୧୦ ବର୍ଷରେ ଭାରତରେ ବିଜନେସ କରିବା ହେଲା ମୁସ୍କିଲ - କଂଗ୍ରେସ
ନୂଆଦିଲ୍ଲୀ, ୧୯ ଜାନୁଆରୀ (ହି.ସ.)- କଂଗ୍ରେସ ଅଭିଯୋଗ ଆଣିଛି ଯେ, ଗତ ୧୦ ବର୍ଷରେ ଭାରତରେ ଇଜ ଅଫ ଡୁଇଙ୍ଗ ବିଜନେସ୍ ତଥା ବ୍ୟବସାୟ କରିବାରେ ସହଜକୁ ‘ଅନଇଜ ଅଫ ଡୁଇଙ୍ଗ ବିଜନେସ୍‌’ ତଥା ବ୍ୟବସାୟ କରିବାରେ ଅସୁବିଧାରେ ବଦଳାଇ ଦିଆଯାଇଛି । ଏହାର ତିନୋଟି କାରଣ ଦର୍ଶାଇବା ସହିତ କଂଗ୍ରେସ କହିଛି ଯେ, ଆଗାମୀ
ଗତ ୧୦ ବର୍ଷରେ ଭାରତରେ ବିଜନେସ କରିବା ହେଲା ମୁସ୍କିଲ - କଂଗ୍ରେସ


ନୂଆଦିଲ୍ଲୀ, ୧୯ ଜାନୁଆରୀ (ହି.ସ.)- କଂଗ୍ରେସ ଅଭିଯୋଗ ଆଣିଛି ଯେ, ଗତ ୧୦ ବର୍ଷରେ ଭାରତରେ ଇଜ ଅଫ ଡୁଇଙ୍ଗ ବିଜନେସ୍ ତଥା ବ୍ୟବସାୟ କରିବାରେ ସହଜକୁ ‘ଅନଇଜ ଅଫ ଡୁଇଙ୍ଗ ବିଜନେସ୍‌’ ତଥା ବ୍ୟବସାୟ କରିବାରେ ଅସୁବିଧାରେ ବଦଳାଇ ଦିଆଯାଇଛି । ଏହାର ତିନୋଟି କାରଣ ଦର୍ଶାଇବା ସହିତ କଂଗ୍ରେସ କହିଛି ଯେ, ଆଗାମୀ ବଜେଟ୍ ରେ ରେଡ୍ ରାଜ ଏବଂ ‘କର ଆତଙ୍କ’ ଶେଷ କରିବାକୁ ଦାବି କରିଛି ।

ରବିବାର କଂଗ୍ରେସ ମହାସଚିବ (ସଂଚାର) ଜୟରାମ ରମେଶ ଏକ ବକ୍ତବ୍ୟ ଜାରି କରି କହିଛନ୍ତି ଯେ, ସରକାରକୁ ଆଗାମୀ ବଜେଟ୍ ରେ ରେଡ ରାଜ ଏବଂ କର ଆତଙ୍କ ଶେଷ କରିବାକୁ ହେବ । ଉତ୍ପାଦନ କ୍ଷେତ୍ରରେ ଚାକିରୀ ଗୁଡିକର ରକ୍ଷା କରିବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ । ଏବଂ ବେତନ ଏବଂ କ୍ରୟ ଶକ୍ତିକୁ ବଢାଇବାକୁ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ହେବ ।

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ଗତ ଦଶକରେ ଦେଶରେ ବ୍ୟକ୍ତିଗତ ନିବେଶରେ ହ୍ରାସ ଦେଖିବାକୁ ମିଳୁଛି । ନିବେଶର ସବୁଠୁ ବଡ ଭାଗ ବ୍ୟକ୍ତିଗତ ଘରୋଇ ବିନିଯୋଗ ୨୦୧୪ ପର ଠାରୁ ଲଗାତାର ଦୁର୍ବଳ ହେବାରେ ଲାଗିଛି । ଡଃ. ମନମୋହନ ସିଂହଙ୍କ କାର୍ଯ୍ୟକାଳ ସମୟରେ ଏହା ମଜବୁତ ଯୋଗୁଁ ସକଳ ଘରୋଇ ଉତ୍ପାଦ (ଜିଡ଼ିପି)ର ୨୫ରୁ ୩୦ ପ୍ରତିଶତ ମଧ୍ୟରେ ରହିଥିଲା । ଗତ ୧୦ ବର୍ଷରେ ଏହା ହ୍ରାସ ପାଇ ୨୦ରୁ ୨୫ ପ୍ରତିଶତକୁ ଖସି ଆସିଛି । ନିବେଶରେ ହ୍ରାସ ପାଇବା ସହିତ ଉଚ୍ଚ ନେଟ ବର୍ଥ ବାଲା ଲୋକଙ୍କ ବହୁ ମାତ୍ରାରେ ପଳାୟନ ମଧ୍ୟ ହୋଇଛି । ଗତ ଏକ ଦଶକରେ ୧୭.୫ ଲକ୍ଷରୁ ଅଧିକ ଭାରତୀୟ ଅନ୍ୟ ଦେଶର ନାଗରିକତ୍ୱ ନେଇଛନ୍ତି । ଏକ ଅନୁମାନ ମୁତାବକ ୨୦୨୨ରୁ ୨୦୨୫ ମଧ୍ୟରେ ୨୧, ୩୦୦ ଅରବପତି ଭାରତ ଛାଡିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande