ଜୟପୁର, ୧୯ ଜାନୁଆରି (ହି.ସ.) - ସରକାରୀ ଉଚ୍ଚ ବିଦ୍ୟାଳୟ କୋଟପାଡ ଠାରେ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ଅଧ୍ୟୟନ ତଥା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି। କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜୁନିୟର ରେଡ଼କ୍ରସର ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଟପାଡ଼ ବିଧାୟକ ରୂପୁ ଭାତ୍ରା, ସମ୍ମାନିତ ଅତିଥି ଭାବରେ କୋଟପାଡ ଏନ ଏ ସି ଚେୟାରମେନ ଶ୍ରୀଯୁକ୍ତ ଶଙ୍କର ରାଓ,କୋଟପାଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍ୱପ୍ନେଶ୍ୱର ରାଓ, କୋରାପୁଟ ଜିଲ୍ଲା କୋଡିନେଟର ଚନ୍ଦ୍ରକଳା ବଗର୍ତୀ,ପ୍ରଧାନ ଶିକ୍ଷୟିତ୍ରୀ ଘୁମୁର ଶ୍ରୀମତୀ ଙ୍ଖ. ମିନାକ୍ଷୀ, ପ୍ରଧାନ ଶିକ୍ଷକ ୟୁ ଜି ଏଚ ଏସ୍ ହାଣ୍ଡି ଶଙ୍କର କୈବର୍ତ, କୋରାପୁଟ ଜିଲ୍ଲା ଜୁନିଅର ରେଡ୍ କ୍ରସ୍ ଅଧିକାରୀ ହରେ କ୍ରିଷ୍ଣା ମହାରଣା ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ରେଡ କ୍ରସର ଉତ୍ପତି, ଜୁନିୟର ରେଡ କ୍ରସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ରେଡ କ୍ରସର ବିଭିନ୍ନ ସମାଜ ମଙ୍ଗଳକାରୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଥମେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପତକା ଉତୋଳନ କରାଯାଇଥିଲା। ତତ୍ପରେ ଜୁନିୟର ମାନଙ୍କଦ୍ୱାରା ଉଦ୍ବୋଧନୀ ସଂଗୀତ , ପ୍ରତିଜ୍ଞା, ସ୍ଳୋଗାନ କରାଯାଇଥିଲା। ସ୍ୱାଗତ ସଙ୍ଗୀତ ସରକାରୀ ଉଚ୍ଚ ବିଦ୍ୟାଳୟ କୋଟପାଡ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା। ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ଶ୍ରୀଯୁକ୍ତ ହରେକୃଷ୍ଣ ମହାରଣା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମଂଚ ପରିଚାଳନା କରିଥିଲେ ପୂର୍ଣିମା ପତି । ଶାରିରୀକ ଶିକ୍ଷା ଅଧିକାରୀ ଭୀମ ବେହେରା ଶିବିର ବିବରଣୀ ପ୍ରଦାନ କରିଥିଲେ। ଶେଷରେ ସରକାରୀ ଉଚ୍ଚ ବିଦ୍ୟାଳୟ କୋଟପାଡର ପ୍ରଧାନ ଶିକ୍ଷକ ଶରତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକାଶ ଥାଉକି ଏହି ପ୍ରଶିକ୍ଷଣ ଶିବିର ତିନି ଦିନ ଧରି ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ସର୍ବମୋଟ ୭୪୦ ଜଣ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପବନ