ମହିଳାଙ୍କୁ ଅସଦାଚରଣ ମାମଲାରେ ଯୁବକ ଗିରଫ
ଜୟପୁର, ୧୯ ଜାନୁଆରି (ହି.ସ.) - ଆଜି ଜୟପୁର ପାରାବେଡା ଅଂଚଳର ଜଣେ ମହିଳାଙ୍କୁ ଟଣା ଉଟୁରା କରିଥିବା ମାମଲାରେ ଟାଉନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ପାରାବେଡା ଅଂଚଳର ଜଣେ ମହିଳା ଚାଲି ଚାଲି ଯାଉଥିବା ସମୟରେ ପାରାବେଡା ଶ୍ରୀରାମ ନଗର ଅଂଚଳର ଶ୍ରୀନିବାସ ସାହୁ(୪୭) ପଛପଟୁ ଆସି ମହିଳାଙ
ମହିଳାଙ୍କୁ ଅସଦାଚରଣ ମାମଲାରେ ଯୁବକ ଗିରଫ


ଜୟପୁର, ୧୯ ଜାନୁଆରି (ହି.ସ.) - ଆଜି ଜୟପୁର ପାରାବେଡା ଅଂଚଳର ଜଣେ ମହିଳାଙ୍କୁ ଟଣା ଉଟୁରା କରିଥିବା ମାମଲାରେ ଟାଉନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ପାରାବେଡା ଅଂଚଳର ଜଣେ ମହିଳା ଚାଲି ଚାଲି ଯାଉଥିବା ସମୟରେ ପାରାବେଡା ଶ୍ରୀରାମ ନଗର ଅଂଚଳର ଶ୍ରୀନିବାସ ସାହୁ(୪୭) ପଛପଟୁ ଆସି ମହିଳାଙ୍କ ଶାଢି ଟାଣିବା ସହ ଟଣା ଉଟୁରା କରିଥିଲେ। ପରେ ମହିଳା ଜଣକ ଏତଲା ଦେବା ପରେ ଆଜି ଟାଉନପୁଲିସ ଶ୍ରୀନିବାସ ନାଁରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଟାଉନ ଥାନା ଅଧିକାରୀ ରମଣୀ ରଞ୍ଜନ ଦଳେଇ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande