ଭଦ୍ରକ, ୧୯ ଜାନୁଆରୀ (ହି.ସ.) -ଧାମରା ନିକଟସ୍ଥ କରଞମାଳ ଠାରେ ଥିବା ନେତାଜୀ କ୍ଲବ ପକ୍ଷରୁ ଏକ ମିନି ମାରାଥନ ଅନୁଷ୍ଠିତ ହୋଇ ଯାଇଛି। ଛାତ୍ର ତଥା ଯୁବ ସମାଜରେ ନିଜକୁ ସୁସ୍ଥ ରଖିବା ପାଇଁ ଏହି ଦୌଡ ଏକ ମାଧ୍ୟମ ହୋଇଥିବା ବେଳେ ଏହି ଦୌଡ ପ୍ରକ୍ରିୟାକୁ ସବୁଦିନ ଜାରୀ ରଖିଲେ ଛାତ୍ର ତଥା ଯୁବ ସମାଜ ନିଶ୍ଚୟ ଭାବେ ସୁସ୍ଥ ରହି ପାରିବେ ବୋଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଚାନ୍ଦବାଲି ବ୍ଲକ ନିର୍ବାଚନ ମଣ୍ଡଳୀ ନେତା ଅମୀୟ ମହାପାତ୍ର ନିଜର ବକ୍ତବ୍ୟ ରଖିଥିଲେ। ମିନି ମାରାଥାନ ପାଇଁ ‘ିତାକାଟି ମୁଖ୍ୟ ଅତିଥି ଏହାର ଶୁଭାରମ୍ଭ କରିଥିବା ବେଳେ ଏହି ମନି ମାରାଥନ କରଞମାଳ ନେତାଜୀ କ୍ଲବ ପାଖରୁ ଆରମ୍ଭ ହୋଇ ବଇଁଚା ମାର୍କେଟରେ ଶେଷ ହୋଇଥିଲା। ସମ୍ମାନୀତ ଅତିଥି ଭାବେ କେଶବ ନାୟକ, ପୂର୍ଣଚନ୍ଦ୍ର ମାଝି, ରମେଶ ନାୟକ,ନାରାୟଣ ବାରିକ ଏବଂ ନରହରି ମଲିକଙ୍କୁ ଏବଂ ପ୍ରଭାକର ମାହୁନ୍ତଙ୍କୁ ‘ୁଲତୋଡା ଦେଇ ନେତାଜୀ କ୍ଲବର ସଭାପତି ରମେଶ ବାରିକ ଏବଂ ସଭାପତି ରାଜ କୁମାର ପ୍ରଧାନ ସ୍ୱାଗତ କରିଥିବା ବେଳେ ଉପସ୍ଥିତ ସମସ୍ତ ବକ୍ତା ମାନେ ସୁସ୍ଥ ସମାଜ ପାଇଁ ସୁସ୍ଥ ରହିବାପାଇଁ ଜନସମାଜକୁ ଆହ୍ୱାନ କରିଥିଲେ। ଆଜି ଅନୁଷ୍ଠିତ ହୋଇଥିବା ମିନି ମାରାଥନରେ ନେତାଜୀ ୍ଲବର ସଭାପତି ରମେଶ ବାରିକ, ସଂପାଦକ ରାଜ କୁମାର ପଣ୍ଡିତ, ଦେବବନ୍ଧୁ ମାନ୍ନା, ରଞନ ମାଇତି, ତପନ ନାୟକ, ସପନ ପରିଡା, କୈଳାସ ମଲିକ, ଦେବେନ୍ଦ୍ର ବେହୁରା, ରଞନ ବାରିକ, ସପନ ପଣ୍ଡିତ,ଦୀପକ ମାଇତି, ଭାସ୍କର ମହାଳିକ, ସିବାଜୀ ଦାସଙ୍କ ସମେତ ୪ଶହ ରୁ ଉର୍ଦ୍ଧ ଛାତ୍ର,ଯୁବକ ମାନେ ଏହି ମିନି ମାରାଥନରେ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ