୰ଲକ୍ଷ୍ମୀଧର ରାଉତ ଅନନ୍ୟ ବ୍ୟକ୍ତିତ୍ୱ ଥିଲେ
ଭଦ୍ରକ, ୧୯ ଜାନୁଆରୀ (ହି.ସ.) -ବନ୍ତ ବ୍ଲକ ଟିଲୋ ମଧୁପୁର ଗ୍ରାମର ସମାଜସେବୀ ସ୍ୱର୍ଗତଃ ଲକ୍ଷ୍ମୀଧର ରାଉତଙ୍କ ଏକାଦଶାହରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ବାରିକ୍‌ପୁର କଲେଜର ଅଧ୍ୟକ୍ଷ ଆଦିତ୍ୟ କୁମାର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ, ଟିଲ
LAMIDHARA RAUT SMURTI SABHA PHOTO


ଭଦ୍ରକ, ୧୯ ଜାନୁଆରୀ (ହି.ସ.) -ବନ୍ତ ବ୍ଲକ ଟିଲୋ ମଧୁପୁର ଗ୍ରାମର ସମାଜସେବୀ ସ୍ୱର୍ଗତଃ ଲକ୍ଷ୍ମୀଧର ରାଉତଙ୍କ ଏକାଦଶାହରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ବାରିକ୍‌ପୁର କଲେଜର ଅଧ୍ୟକ୍ଷ ଆଦିତ୍ୟ କୁମାର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ, ଟିଲୋ ସରପଞ୍ଚ ସଂଗ୍ରାମ ଜେନା, ପୂର୍ବତନ ସରପଞ୍ଚ ବିଜୟ ନାୟକ, ଅଧ୍ୟାପକ ଅନନ୍ତ ଚରଣ ସାହୁ, ରମେଶ ଚନ୍ଦ୍ର ପ୍ରଧାନ, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ୍‌, ଛାତ୍ର ବିଜେଡି ସଭାପତି ପ୍ରଣବ ଲେଙ୍କା, ବିପିନ୍ ରାଉତ୍‌, ସମ୍ବାଦିକ ପତଞ୍ଜଳୀ କରଶର୍ମା ପ୍ରମୁଖ ଲକ୍ଷ୍ମୀଧରଙ୍କ ଗୁଣଗାନ କରିଥିଲେ । ସେ କିଛିଦିନ ଶିକ୍ଷକତା କରିଥିବା ବେଳେ ଚାକିରୀ ଛାଡି ସମାଜ ସେବାରେ ନିଜକୁ ବ୍ରତି କରିଥିଲେ ବୋଲି ଅତିଥି ମାନେ କହିଥିଲେ । ପ୍ରାରମ୍ଭରେ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ନିରବ ପ୍ରାର୍ଥନା କରିଥିଲେ । ପରିବାରର ପୁତ୍ର ଷ୍ଟାଲିନ୍ ରାଉତ୍‌, ଲଲାଟେନ୍ଦୁ ରାଉତ, ସମ୍ବିତ ରାଉତ୍‌, ଝିଅ ଶୁଭଶ୍ରୀ ସାହୁ, ଲୋପାମୁଦ୍ରା ଜେନା, ବହୂ ଆରାଜିନ୍ ରାଉତ୍‌, କାମିନି ଲତା ରାଉତ୍‌, ସବିତା ରାଣୀ ରାଉତ୍‌, ଜ୍ୱାଇଁ ପ୍ରଦୀପ୍ତ ସାହୁ, ଶଙ୍କର୍ଷଣ ଜେନା ପ୍ରମୁଖ ବିଭିନ୍ନ କାର୍ଯ୍ୟକୁ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande