ଭଦ୍ରକ, ୧୯ ଜାନୁଆରୀ (ହି.ସ.) -ବନ୍ତ ବ୍ଲକ ଟିଲୋ କଣ୍ଟାପଡା ଗ୍ରାମର ଅମ୍ବିକା ଦାସ ବାଡି ଅଗଣା ରେ କୁକୁଡା ଚାଷ ଯୋଜନାରେ ବନ୍ତ ପ୍ରାଣୀ ଚିକିତ୍ସାଳୟରୁ ବନରାଜ କୁକୁଡା ନେଇ ଚାଷ କରିଥିଲେ । ଏଥିସହ ତାଙ୍କ ୫ ଶହ ଟଙ୍କା ପୋତ୍ସାହନ ରାଶୀ ଯୋଗାଇ ଦିଆଯାଇଥିଲା । ଶନିବାର ଅତ୍ୟଧିକ ଥଣ୍ଡା ଯୋଗୁଁ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ଯୋଗାଯୋଗ କରିବା ପରେ ଜଣେ କର୍ମଚାରୀ କୁକୁଡାକୁ ଭ୍ୟାକସିନ୍ ଦେଇଥିଲେ । ହେଲେ ଆଜି ସକାଳେ ସମସ୍ତ କୁକୁଡା ଗୁଡିକ ମରି ଯାଇଥିବାର ଦେଖାଯାଇଥିଲା । ସଂପୃକ୍ତ ବ୍ୟକ୍ତି ଜଣକ ମଲା କୁକୁଡାକୁ ଧରି ବନ୍ତ ପ୍ରାଣୀ ଚିକିତ୍ସାଳୟରେ ପହଞ୍ଚି ଦୁଖଃ ଜଣାଇଥିଲେ । ଉପରୋକ୍ତ ଘଟଣା ନେଇ ପ୍ରାଣୀ ଚିକିତ୍ସାଧିକାରିଣୀ ଯୋଗମାୟା ସିଂ ଙ୍କୁ ଯୋଗା ଯୋଗ କରାଯାଇଥିବା ବେଳେ ସେ ଘଟଣା ସର୍ମ୍ପକରେ କିଛି ଜାଣି ନଥିବା କହିଥିଲେ
ାହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ