ସମ୍ବଲପୁର, ୦୨ ଜାନୁଆରୀ (ହି.ସ.)- ଝାରସୁଗୁଡ଼ାର ବିଶିଷ୍ଟ ସମାଜସେବୀ, ସାମ୍ବାଦିକ ତଥା ସଙ୍ଗଠକ ଅଜିତ କୁମାର ରଥଙ୍କର ଗତକାଲି ରାତିରେ ପରଲୋକ ହୋଇଯାଇଛି । ଆଜି ଝାରସୁଗୁଡାର ସରବହାଲ ସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇ ଯାଇଛି । ଏଥିରେ ତାଙ୍କର ପରିବାର ବର୍ଗଙ୍କ ସମେତ ସହରର ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ପଶ୍ଚିମ ଓଡିଶାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଂଚଳ ଏକତା ମଂଚର ପୂର୍ବତନ ଝାରସୁଗୁଡା ଜିଲ୍ଲା ସଂଯୋଜକ ତଥା ବର୍ତମାନର ପ୍ରଭାରୀ ଥିଲେ ସ୍ୱର୍ଗତ ରଥ । ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ର ଅନେକ ଅନୁଷ୍ଠାନ ର ସେ ପଦାଧିକାରୀ ଓ ସକ୍ରିୟ ସଦସ୍ୟ ମଧ୍ୟ ଥିଲେ । ବିଭିନ୍ନ ସାମାଜସେବା କାର୍ଯ୍ୟ ଓ ଆନ୍ଦୋଳନ କରି ଅଂଚଳରେ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ।
ତାଙ୍କର ଆତ୍ମ ର ଶାନ୍ତି ଓ ସତଗତି ପାଇଁ ଆଜି ପଶ୍ଚିମାଂଚଳ ଏକତା ମଂଚ କେନ୍ଦ୍ରୀୟ ଟିମ୍ ପକ୍ଷରୁ ସମ୍ବଲପୁର ଜେଲ୍ ଛକ୍ ନିକଟସ୍ଥ ସମ୍ବଲପୁରୀ ଡେରା ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜିତ ହୋଇଯାଇଛି । ମଂଚର ସଦସ୍ୟ ସଦସ୍ୟା ମାନେ ଡେରା ରେ ଉପସ୍ଥିତ ରହି ତାଙ୍କ ଫୋଟୋ ରେ ପୂଷ୍ପର୍ଘ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରି ନୀରବ ପ୍ରାର୍ଥନା କରିଥିଲେ । ପରେ ସ୍ୱର୍ଗତ ରଥ ଙ୍କ ସ୍ମୃତି ଚାରଣ କରିଥିଲେ ।
ସ୍ୱର୍ଗତ ରଥ ପ୍ରଥମ ଥର କରି ସମ୍ବଲପୁରୀ ଦିନ କୁ ସମ୍ବଲପୁର ସହର ରୁ ବାହାରେ ଝାରସୁଗୁଡ଼ା ରେ ଆୟୋଜନ କରିଥିଲେ । ୨୦୧୯ ରେ ମଂଚର ଦ୍ୱିତୀୟ ଜାତୀୟ ସମ୍ବଲପୁରୀ ସମ୍ମିଳନୀ ଝାରସୁଗୁଡ଼ା ରେ ତାଙ୍କ ନେତୃତ୍ୱ ରେ ଆୟୋଜନ କରାଯାଇଥିଲା । ସେ ଏକା ଧାରାରେ ଜଣେ ସାମ୍ବାଦିକ, ସମାଜସେବୀ ତଥା ସଙ୍ଗଠକ ଭବେ କାର୍ଯ୍ୟ ସମ୍ପାଦନା କରୁଥୁଲେ। ତାଙ୍କର ସ୍ୱର୍ଗବାସ ଫଳରେ ପଶ୍ଚିମାଂଚଳ ଏକତା ମଂଚର ଅପୂରଣୀୟ କ୍ଷତି ହୋଇଛି ବୋଲି ମଂଚର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି କହିଥିଲେ ।
ମଂଚର ସମ୍ବଲପୁର ଜିଲ୍ଲା ସଂଯୋଜକ କିଶୋର ଧରେଇ ଙ୍କ ସଭାପତିତ୍ୱ ରେ ହୋଇଥିବା ଆଜିର ଶ୍ରଦ୍ଧାଞ୍ଜଳୀ ସଭା ରେ ଆବହକ ଭବାନୀ ଶଙ୍କର ଭୋଇ, ଭକ୍ତ ପ୍ରସାଦ ପଣ୍ଡା, ସୁଦାମ ମେହେର, ରାହୁଲ ଗୁପ୍ତା, ଶଙ୍କର ମେହେର, ପଙ୍କଜିନୀ ମେହେର, କାନ୍ତି ମେହେର, ସୁଷମା ପ୍ରଧାନ, ଗୀତାଞ୍ଜଳୀ ରଣା, ଲଳିତା ଭୋଇ, ଭୂମିଶୁତା ମେହେର ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ