ବ୍ରହ୍ମପୁର, ୪ ଜାନୁଆରୀ (ହି.ସ.)- ପୁରୁଣା ବ୍ରହ୍ମପୁର ସ୍ଥିତ ସରକାରୀ ପୌର ଉଚ୍ଚ ବିଦ୍ୟାଳୟର ୧୯୭୪ ମସିହା ମେଟ୍ରିକ୍ ଛାତ୍ର ସଂସଦର ସୁବର୍ଣ୍ଣ ଜୟନ୍ତୀ ସମାରୋହ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ର ସଂସଦ ସଭାପତି ଅକ୍ଷୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଉଦ୍ଘାଟକ ଭାବରେ ବ୍ରହ୍ମପୁର ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ମୁଖ୍ୟ ଅତିଥି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ମହାବିଦ୍ୟାଳୟ ସମୁହ ଉନ୍ନୟନ କମିଟି ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ବିଷ୍ଣୁ ଚରଣ ଚୌଧୁରୀ, ମୁଖ୍ୟ ବକ୍ତା ଭାବରେ ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶକ ଡ଼. ସିଦ୍ଧାର୍ଥ ଶଙ୍କର ପାଢ଼ୀ, ସମ୍ମାନିତ ଅତିଥି ଭାବରେ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ପ୍ରମିଳା କୁମାରୀ ପଟ୍ଟନାୟକ, ଛାତ୍ର ସଂସଦ ଆବାହକ ନିରଞ୍ଜନ ମହାପାତ୍ର, କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ବେହେରା ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ଏବଂ ସମ୍ପାଦକ ପ୍ରଫେସର ପ୍ରଶାନ୍ତ କୁମାର ଶତପଥି ଉପସଭାପତି ପ୍ରଫେସର ଶଙ୍କର ପ୍ରସାଦ ପାଢୀ ପ୍ରମୁଖ ମଞ୍ଚାସିନ୍ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଏବଂ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ଵର୍ଗତ ରାମକୃଷ୍ଣ ପାଢୀ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ସମାରୋହ ଉଦ୍ଘାଟନ କରିଥିଲେ। ଏହି ଅବସରରେ ବେଦ ପାଠ ସହ ବନ୍ଦେ ଉତ୍କଳ ଜନନୀ ସମୁହ ଗାନ କରାଯାଇଥିଲା ଏବଂ ବିଦ୍ୟାଳୟ ର ପୂର୍ବତନ ସ୍ବର୍ଗତ ଶିକ୍ଷକ ଓ ଛାତ୍ର ବନ୍ଧୁ ମାନଙ୍କ ଆତ୍ମା ର ସଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା।
କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର ରଥ ଏବଂ ଶିକ୍ଷୟିତ୍ରୀ ଶ୍ରୀମତି ଜ୍ୟୋତ୍ସ୍ନା ରାଣୀ ପାଢୀ ସହଯୋଗ ପ୍ରଦାନ କରିଥିଲେ। ସୁବର୍ଣ୍ଣ ଜୟନ୍ତୀ ସମାରୋହର ମୁଖପତ୍ର ସନ୍ଦିପନୀ ସୁଧା ଅତିଥି ମାନଙ୍କ ଦ୍ବାରା ଲୋକାର୍ପଣ ହୋଇଥିଲା ଏବଂ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ପାଢୀ ଓ ସୁରେନ୍ଦ୍ର ନାଥ ସାବତ, ସଂସ୍କୃତ ପଣ୍ଡିତ ସଦାନନ୍ଦ ଦାଶ ଏବଂ ରଘୁନାଥ ମିଶ୍ରଙ୍କୁ ଗୁରୁବନ୍ଦନା କରାଯାଇ ସମ୍ବର୍ଦ୍ଧିତ କରାଯିବା ସହିତ ବିଦ୍ୟାଳୟର ୧୯୬୪ ମସିହାର ପ୍ରଥମ ମେଟ୍ରିକ୍ ଛାତ୍ର ଡ଼ା. ମହେଶ୍ବର ପଣ୍ଡା, ଛାତ୍ର ତଥା ପୂର୍ବତନ କର୍ପୋରେଟର ଦୁର୍ଯ୍ୟୋଧନ ସାହୁ, ବିଜୟ କୁମାର ମିଶ୍ର ଏବଂ ରାମଚନ୍ଦ୍ର ଜେନା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର୨୦୨୩ ଓ ୨୦୨୪ ର ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏଁ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅନୁଷ୍ଠାନ ତରଫରୁ ପ୍ରମାଣପତ୍ର ପ୍ରଦାନ କରାଯିବା ସହ ଉପଦେଷ୍ଟା ମହେନ୍ଦ୍ର କୁମାର ଅଗ୍ରୱାଲ ଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଉଦ୍ଘାଟକ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ଦୀର୍ଘ ପଚାଶ ବର୍ଷ ପରେ ମିଳିତ ହୋଇ ପୁରାତନ ଛାତ୍ର ସଂସଦର ଏହିପରି ଗୁଣାତ୍ମକ କାର୍ଯ୍ୟର ଭୂୟସୀ ପ୍ରଶଂସା କରି ଅନ୍ୟ ମାନଙ୍କ ଏହା ଏକ ଆଦର୍ଶ ବୋଲି ମତପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ପ୍ରଫେସର ଚୌଧୁରୀ ଆଜିର ଡିଜିଟାଲ ଯୁଗରେ ପୁରାତନ ଛାତ୍ର ସଂସଦ ର ଗୁରୁ ପୂଜନ କାର୍ଯ୍ୟକ୍ରମ ନିଶ୍ଚୟ ପ୍ରଶଂସନୀୟ। ମୁଖ୍ୟ ବକ୍ତା ଡଃ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ବକ୍ତବ୍ୟ ରେ ମତ ପ୍ରକାଶ କରିଥଲେ ଯେ, ସେ ଏହି ବିଦ୍ୟାଳୟ ର ପୂର୍ବତନ ଛାତ୍ର ହେବାର ସୌଭାଗ୍ୟପ୍ରାପ୍ତ ହୋଇଛନ୍ତି ତତ୍ କାଳୀନ ଶିକ୍ଷକ ତଥା ପ୍ରଧାନ ଶିକ୍ଷକ ଙ୍କ ଶିକ୍ଷାଦାନ ପ୍ରଣାଳୀ ସମ୍ପୂର୍ଣ ନିଆରା ଆତ୍ମୀୟତାପୂର୍ଣ ଥିଲା।
ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ସମ୍ପାଦକୀୟ ବିବରଣୀ ପାଠ କରି ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଗିରିଜା ଶଙ୍କର ପଣ୍ଡା,ପରମେଶ୍ବର ପାଣିଗ୍ରାହୀ, ଶିକ୍ଷୟିତ୍ରୀ ଶ୍ରୀମତି ଲୋପାମୁଦ୍ରା ପଟ୍ଟନାୟକ, କ୍ରିଡ଼ା ଶିକ୍ଷୟିତ୍ରୀ ଟୁକୁନୀ ବଡମୁଣ୍ଡି, ଶ୍ରୀମତି ନମ୍ରତା ରାଣୀ ସିଂ, ଶ୍ରୀମତି ସୁଜାତା ସେଠୀ ଏବଂ ଛାତ୍ର ସଂସଦର ଉପଦେଷ୍ଟା ନିମାଇଁ ଚରଣ ସାବତ, ମହେନ୍ଦ୍ର କୁମାର ଅଗ୍ରୱାଲ, ଉପସଭାପତି ପ୍ରଫେସର ଶଙ୍କର ପ୍ରସାଦ ପାଢୀ, କୈଳାସ ଚନ୍ଦ୍ର ସାହୁ, ସୀମାଞ୍ଚଳ ପଣ୍ଡା, ଙ୍କ ସମେତ ଚନ୍ଦ୍ରଶେଖର ପାଢୀ,ଏଲ୍. ନାଗେଶ୍ଵର ରାଓ ସୀମାଞ୍ଚଳ ସାହୁ, ବିଜୟ କୁମାର ମହାପାତ୍ର, ନାରାୟଣ ସାହୁ, ସନ୍ୟାସୀ ସେନାପତି, ଯୁଧିଷ୍ଠିର ବେହେରା, ଲୋକନାଥ ପାତ୍ର, ବାଉରୀବନ୍ଧୁ ବାଡତ୍ୟା, ସୁବାସ ଚନ୍ଦ୍ର ଦାସ, ରାଜକିଶୋର ସାହୁ ଲକ୍ଷ୍ମୀ ନାରାୟଣ ମହାନ୍ତି, ପ୍ରମୁଖ ଙ୍କ ସମେତ ନିମନ୍ତ୍ରିତ ବହୁ ଶିକ୍ଷାବିତ ବୁଦ୍ଧିଜୀବୀ ଏବଂ ଛାତ୍ର ସଂସଦ ସଦସ୍ୟ, ପରିବାର ବର୍ଗ ଏବଂ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ଉପସଭାପତି ପ୍ରଫେସର ଶଙ୍କର ପ୍ରସାଦ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ