ଲୋକାଲ ଚାମ୍ପିଆନ୍ ବିଗନିର ଟୁ ଏଚିଭର ଶୀର୍ଷକ ପ୍ରଶିକ୍ଷଣ ଶିବିର
ସମ୍ବଲପୁର, ୬ ଜାନୁଆରୀ (ହି.ସ.)- ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଲକ୍ଷ୍ୟ ରହିଛି । କେବଳ ଗାଁର ସାମଗ୍ରିକ ବିକାଶ ଦ୍ୱାରା ଏହା ସମ୍ଭବପର ଅଟେ । ଗାଁର ବିକାଶ ନହେଲେ ବିକଶିତ ଭାରତ ସ୍ୱପ୍ନ ପୂରଣ ହୋଇ ପାରିବ ନାହିଁ । ଏଭଳିସ୍ଥଳେ ବୁର୍ଲା ସ୍ଥିତ ଏମ୍‌ସିଏଲ୍ ପ୍ରେକ୍ଷାଳୟ ଠାରେ ରାଜ୍ୟ ଗ୍ରାମ୍ୟ
ଲୋକାଲ ଚାମ୍ପିଆନ୍ ବିଗନିର ଟୁ ଏଚିଭର ଶୀର୍ଷକ ପ୍ରଶିକ୍ଷଣ ଶିବିର


ସମ୍ବଲପୁର, ୬ ଜାନୁଆରୀ (ହି.ସ.)- ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଲକ୍ଷ୍ୟ ରହିଛି । କେବଳ ଗାଁର ସାମଗ୍ରିକ ବିକାଶ ଦ୍ୱାରା ଏହା ସମ୍ଭବପର ଅଟେ । ଗାଁର ବିକାଶ ନହେଲେ ବିକଶିତ ଭାରତ ସ୍ୱପ୍ନ ପୂରଣ ହୋଇ ପାରିବ ନାହିଁ । ଏଭଳିସ୍ଥଳେ ବୁର୍ଲା ସ୍ଥିତ ଏମ୍‌ସିଏଲ୍ ପ୍ରେକ୍ଷାଳୟ ଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ପ୍ରତିଷ୍ଠାନ, ସମ୍ବଲପୁର ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଲୋକାଲ ଚାମ୍ପିଆନ୍ ବିଗନିର ଟୁ ଏଚିଭର ଶୀର୍ଷକ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସ୍ତରରେ ନେତୃତ୍ୱ ବିକାଶ ସହ ଜନପ୍ରତିନିଧି ଓ ସରକାରୀ କର୍ମକର୍ତ୍ତାମାନଙ୍କ ଦକ୍ଷତା ବିକାଶ ନିମନ୍ତେ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଉତ୍ତମ ସେବା ପ୍ରଦାନ ଜରିଆରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ନେଇ ୯ଟି ଗୋଟି ବିଷୟ ଆଧାରିତ ଯୋଜନା ପ୍ରଣୟନ, କାର୍ଯ୍ୟକାରିତା ତଦାରଖ, ମୂଲ୍ୟାଙ୍କନ ଦିଗରେ ଗୁଣାତ୍ମକ ପ୍ରଦର୍ଶନ କରି ଲୋକାଲ ଚାମ୍ପିୟାନ ଭାବରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଶିବିରାର୍ଥୀ ମାନେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଜିଲ୍ଲାର ସମସ୍ତ ୧୭୮ ପଞ୍ଚାୟତରେ ନେତୃତ୍ୱ ବିକାଶର ଧାରାକୁ ତ୍ୱରାନ୍ୱିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ, ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମଦିନୀ ନାଏକ , ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ପ୍ରତିଷ୍ଠାନ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ମୀନା, ଜିଲ୍ଲାପାଳ ବଳିରାମ ବୋନ୍ଦର ଓ ଜିଲ୍ଲା ପରିଷଦ ଏବଂ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ୯ଟି ବ୍ଳକର ୫୦୦ରୁ ଅଧିକ ପଞ୍ଚାୟତ ପ୍ରତିନିଧି ଓ ଅଧିକାରୀ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande