ଜୟ ବୌଦ୍ଧ, ଜୁହାର ବୌଦ୍ଧ, ନମ୍ବର ଏକ ବୌଦ୍ଧ
ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦଯାପିତ
ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦଯାପିତ୨


ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦଯାପିତ ୧


ବୌଦ୍ଧ, 7 ଜାନୁଆରି (ହି.ସ.) ଜୟ ବୌଦ୍ଧ, ଜୁହାର ବୌଦ୍ଧ, ନମ୍ବର ଏକ ବୌଦ୍ଧ ର ନାରା ଦେଇଥିଲେ ଅନେକ ଅତିଥି l ନୂତନ ନାରା ସହ ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦଯାପିତ ହୋଇଛି l ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ବୌଦ୍ଧଜିଲ୍ଲାର ୩୧ତମ ସ୍ୱନକ୍ଷତ୍ର ଦିବସ ଅବସରରେ ବୌଦ୍ଧ ସହରସ୍ଥିତ କଚେରୀ ପଡିଆ ଠାରେ ୫ ଦିନ ଧରି ଚାଲିଥିଲା ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା । ସନ୍ଧ୍ୟାର ଉଦଯାପନି ସଭାରେ ମୁଖ୍ୟ ଅତିଥି ଭାବରେ ଗ୍ରାମ୍ୟ ଉନ୍ନୟନ, ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଯୋଗଦେଇ ଜିଲ୍ଲାର କଳା ସଂସ୍କୃତି ମହାନ ବୋଲି କହିବା ସହିତ ସଂସ୍କୃତି, ପରମ୍ପରା, ସଭ୍ୟତା ଗୋଟିଏ ସୁତ୍ରରେ ବାନ୍ଧି ରଖିଥାଏ ବୋଲି କହିଥିଲେ । ଜିଲ୍ଲାରେ ମାର୍ଚ୍ଚ ମାସ ସୁଦ୍ଧା ୩୮୫ ଗ୍ରାମକୁ ପାନୀୟ ଜଳ ଯୋଗାଇ ଦିଆଯିବ ଏବଂ ୨୦୨୬ ଫେବୃଆରୀ ସୁଦ୍ଧା ଜିଲ୍ଲାର ସମସ୍ତ ଗ୍ରାମକୁ ପାନୀୟ ଜଳ ପାଇ ପାରିବେ । ଜିଲ୍ଲାର ବ୍ଲକ ଗଠନରେ ସମସ୍ତ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ । ଅନ୍ୟତମ ମୁଖ୍ୟ ଅତିଥି ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇ ବୌଦ୍ଧ ଜିଲ୍ଲାରେ ଅନେକ ଗ୍ରାମରେ ବୌଦ୍ଧକୀର୍ତ୍ତୀ ରାଜୀ ରହିଛି, ବୌଦ୍ଧ ମାଟି ହେଉଛି ଶୈବ ,ଶାକ୍ତ, ବୈଷ୍ଣବ ବୋଲି କହି ଥିଲେ । ସମ୍ମାନିତ ଅତିଥି ଭାବରେ ସରକାରୀ ଦଳ ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଯୋଗଦେଇ ରାଜ୍ୟ ସରକାର ବୌଦ୍ଧଜିଲ୍ଲାର ବିକାଶ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି, ଗତ ୨୪ ବର୍ଷ ଧରି ଶାସନ କରିଥିବା ପୂର୍ବ ସରକାର ବୌଦ୍ଧ ସହର ପାଇଁ କଣ କରିଛନ୍ତି ତାହାର ସେମାନେ ଆତ୍ମ ସମୀକ୍ଷା କରନ୍ତୁ ବୋଲି କହିବା ସହିତ ବୌଦ୍ଧ ଜିଲ୍ଲାରେ ତିନି ଗୋଟି ବ୍ଲକ ରହିଥିବା ବେଳେ ତାହାକୁ ୬ଟି ବ୍ଲକ ଓ କଣ୍ଟାମାଳକୁ ସବଡିଭିଜନ କରିବା ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ତାହା ସହିତ ଜିଲ୍ଲାରେ ଶିକ୍ଷାର ବ୍ୟବସ୍ଥା ସୁଦୃଢ କରିବା ପାଇଁ ସରକାରୀ କଲେଜ ନିର୍ମାଣ ପାଇଁ ଯୋଜନା କରାଯାଉଥିବା କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଯୋଗଦେଇ ଏହି ଅଂଚଳର ଲୁକାୟିତ କଳାକୁ ମହୋତ୍ସବ ମାଧ୍ୟମରେ ଲୋକଲୋଚନକୁ ଅଣାଯାଇ ପାରୁଛି ବୋଲି କହିଥିଲେ । ସଭାରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏଆରସିଏସ ହାଡିବନ୍ଧୁ ମହାକୁଡ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଧନ୍ୟବାଦ ପ୍ରଦାନ କରିଥିଲେ । ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗିତ ପରିବେଷଣ କରିଥିଲେ । ଏହି ଅବସରରେ ସ୍ମରଣୀକା ଯଶୋଧାରା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା । ମଂଚକୁ ଏଆରସିଏସ ହାଡିବନ୍ଧୁ ମହାକୁଡ,ଶୋଭନା ମିଶ୍ର, ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ପରିଚାଳନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ହରଭଙ୍ଗା ଆଂଚଳିକ ସଂକିର୍ତନ ମଣ୍ଡଳୀ ପକ୍ଷରୁ ଧୂନକେଲୀ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ, ପୂର୍ଣ୍ଣମାସି ମହିଳା ପାଲା, ବ୍ରାହ୍ମଣୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଝାଡରାଜିଙ୍ଗ ହାଇସ୍କୁଲ, ଗନ୍ଧରାଢୀ କଳା ପରିଷଦ, ରାଧାନଗର ଉପ୍ରା ବିଦ୍ୟାଳୟ, ସିଙ୍ଗର ଅନ୍ତରା ଚକ୍ରବର୍ତି, ସତ୍ୟଜିତ ପ୍ରଧାନ, ସ୍ମୃତିମୟୀ, ବିକାଶ, ସିଜଲରସ ଡାନ୍ସ ଗୃପଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ସମ୍ମତ କୁମାର ଅଗ୍ରୱାଲା


 rajesh pande