ଲୋକ ମହୋତ୍ସବ ୨୦୨୫ ତୃତୀୟ ଦିବସ ଆଲୋଚନାଚକ୍ର
ସମ୍ବଲପୁର, ୬ ଜାନୁଆରୀ (ହି.ସ.)- ଲୋକମହୋତ୍ସବ ୨୦୨୫ ଆଜି ତୃତୀୟ ଦିବସ ଆଲୋଚନାଚକ୍ରର ନୋଡାଲ ଅଫିସର ରବିନ୍ଦ୍ର ଦଲାଇ ଏବଂ ଅଧିକାରୀ କିରନ ବେହେରା ଓ ଆବାହକ ଅତିଶ କୁମାର ଶତପଥୀଙ୍କ ସହ ଉଦଘାଟନ କରିଥିଲେ। ବିଷୟ ଥିଲା ପଶ୍ଚିମ ଓଡିଶା – ଲୋକ ସାହିତ୍ୟର ବିଭାବ। ଏଥିରେ ସଭାପତିତ୍ୱ କରିଥିଲେ ମୋହନ ସାହୁ।
ଲୋକ ମହୋତ୍ସବ ୨୦୨୫ ତୃତୀୟ ଦିବସ ଆଲୋଚନାଚକ୍ର


ସମ୍ବଲପୁର, ୬ ଜାନୁଆରୀ (ହି.ସ.)- ଲୋକମହୋତ୍ସବ ୨୦୨୫ ଆଜି ତୃତୀୟ ଦିବସ ଆଲୋଚନାଚକ୍ରର ନୋଡାଲ ଅଫିସର ରବିନ୍ଦ୍ର ଦଲାଇ ଏବଂ ଅଧିକାରୀ କିରନ ବେହେରା ଓ ଆବାହକ ଅତିଶ କୁମାର ଶତପଥୀଙ୍କ ସହ ଉଦଘାଟନ କରିଥିଲେ। ବିଷୟ ଥିଲା ପଶ୍ଚିମ ଓଡିଶା – ଲୋକ ସାହିତ୍ୟର ବିଭାବ। ଏଥିରେ ସଭାପତିତ୍ୱ କରିଥିଲେ ମୋହନ ସାହୁ। ଡ. ଗୋପୀନାଥ ବାଗ-ଲୋକଗୀତରେ ଶୃଙ୍ଗାର ଉପରେ ତାଙ୍କ ବକ୍ତବ୍ୟ ରଖି କହିଥିଲେ ଯେ, ଶିଷ୍ଟ ଓ ଲୋକ ପ୍ରତ୍ୟେକ ସାହିତ୍ୟରେ ଶୃଙ୍ଗାରିକତା ରହିଛି। ତାହା କିପରି ପରିବେଷିତ ହେଉଛି ଗବେଷକମାନେ ଅନୁଧ୍ୟାନ କଲାବେଳେ ସେ ସମସ୍ତ ଦିଗ ପ୍ରତି ଧ୍ୟାନ ଦେଇଥା’ନ୍ତି। ସେ ଉଭୟ ସାହିତ୍ୟରୁ ଏହାର ଅନେକ ଦୃଷ୍ଟାନ୍ତ ଉଦ୍ଧାର କରିଥିଲେ।

ଡ. ପରୀକ୍ଷିତ ଭୋଇ – ଲୋକଗାଥା ଉପରେ ତାଙ୍କ ବକ୍ତବ୍ୟ ରଖି କହିଥିଲେ ଯେ,କାହାଣୀ ମୂଳକ ପଦ୍ୟକୁ ସାଧାରଣ ଭାବେ ଆମେ ଗାଥା ବୋଲି କହି ପାରିବା। ଗୀତ ଭିତରେ ଏଥିରେ କାହାଣୀ କୁହାଯାଏ। ସ୍ଥାନ ଭେଦରେ ଏଥିରେ ପରିବର୍ତ୍ତନ ଆସିପାରେ। ଲୋକସଂସ୍କୃତିର ଅନ୍ୟାନ୍ୟ ବିଭାବ ଯଥା ଗୀତ,କାହାଣୀ,ନୃତ୍ୟ ଭଳି ଏହା ବହୁମାତ୍ରାରେ ଆଲୋଚିତ ହୁଏନାହିଁ। ତେଣୁ ଗବେଷକଗଣଙ୍କ ବ୍ୟତିତ ଅନ୍ୟମାନେ ଏଥିପ୍ରତି ମନ ବଳାନ୍ତି ନାହିଁ।ସେ ବିଭିନ୍ନ ଗାଥା କାହାଣୀଗୁଡିକର ଦୃଷ୍ଟାନ୍ତ ଉଦ୍ଧାର କରି କହିଥିଲେ ଯେ,ପ୍ରାୟତଃ ସମସ୍ତ ଗାଥା ଗୁଡିକରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସଚେତନତାର ବାର୍ତ୍ତା ରହିଥାଏ।

ଅଖିଳ ବିଶ୍ୱାଳ – ଲୋକ ସାହିତ୍ୟରେ କୃଷି ବିଷୟ ଉପରେ ବକ୍ତବ୍ୟ ରଖି କହିଲେ ଯେ, ଇଂରାଜୀ ଶବ୍ଦ କଲଚର ଶବ୍ଦ ଲାଟିନର କଲଟ୍ୟୁରାରୁ ଆସିଛି ଏହାର ଅର୍ଥ ହେଉଛି ହଳ କରିବା ତେଣୁ ସଂସ୍କୃତି ଓ ପରେ ସଭ୍ୟତା ଉଭୟ କୃଷି ଦ୍ୱାରା ସୃଷ୍ଟ। କୃଷିକୁ ନେଇ ହିଁ ଅଧିକ ଲୋକ ସାହିତ୍ୟ ଓ ସାଂସ୍କୃତିକ ପର୍ବ ରହିଛି। ଲୋକସାହିତ୍ୟ ବ୍ୟତିତ କୃଷି ଉପରେ ଶିଷ୍ଟ ସାହିତ୍ୟର ମଧ୍ୟ ଅଭାବ ନାହିଁ। ଲୋକ ସାହିତ୍ୟରେ ବିଭିନ୍ନ କୃଷି ନିୟମ,କୃଷି ଉପାଦାନ ଏପରିକି ଗାଈ,ଗୋବର,ଦଳଦ ଆଦି ଉପରେ ଲୋକ ସାହିତ୍ୟରେ ରହିଥିବା ଅନେକ ଦୃଷ୍ଟାନ୍ତ ସେ ଉଦ୍ଧାର କରି ତାଙ୍କ ବକ୍ତବ୍ୟ ରଖିଥିଲେ।

ସଭାପତିତ୍ୱ -ସାଂପ୍ରତିକ ପରିସ୍ଥିତିରେ ଲୋକର ସଂଜ୍ଞା ଆମେ ପରିବର୍ତ୍ତନ କରି ପାରିବା ନା ନାହିଁ,ଲୋକରେ ବର୍ଣିତ ସବୁ ଆମେ ଗ୍ରହଣ କରି ପାରିବା କି ଏଭଳି ଅନେକ ତଥ୍ୟ ବିତର୍କର ବିଷୟ।

ଦ୍ୱିତୀୟ ଅଧିବେଶନରେ କବି ତଫିଜୁଲ ହୋସେନ ଓ କବି ବିଭୂତି ମିଶ୍ରଙ୍କ ସଂଯୋଜନାରେ କବି ସମ୍ମିଳନୀ ଆୟୋଜିତ ହୋଇଥିଲା ଏଥିରେ ଉଭୟ ସମ୍ବଲପୁରୀ ଓ ଓଡିଆରେ କବିତା ଗୁଡିକ ନେଇ ବହୁ ଉତ୍ସାହର ସହ କବିମାନେ ଅଂଶ ଗ୍ରହଣ କରିଥିଲେ।

ଲୋକଗୀତ କାର୍ଯ୍ୟକ୍ରମରେ ପଥମ ଗୀତ ମର୍ଦଳ ଶୈଳୀରେ ମିତ୍ରଭାନୁ ଗୌନ୍ତିଆଙ୍କ ‘କେନେ କାଟେ କାନ କୁଟୁରୁ’ ପରିବେଷଣ କରିଥିଲେ ବିଭୂତି ପଟ୍ଟନାୟକ, ସୌମ୍ୟଜିତ ସୌମିତ୍ରି ବଡପଣ୍ଡା ଏହାପରେ ନେଇ ଆସିଲେ ଡଣ୍‌ ଶୈଳୀରେ 'ବଏଁଶୀ ମୋର କିଏ ଚୁରେଇ ନେଲା’,ଲୋକଗୀତ ପର୍ଯ୍ୟାୟର ତୃତୀୟ ଅର୍ଘ୍ୟ ଥିଲା ଲିପିକା ବିଭାରଙ୍କ ମାଦଲ ଶୈଳୀର ‘ମଲିଫୁଲ ଜହ୍ନକ ରାତି’, ‘ବନ୍ଧ ଖଁଡି' ଦୁଷ୍ମନ୍ତ ସୁନାଙ୍କ ଲିଖିତ ଓ ତାଙ୍କ ଦ୍ୱାରା ଗାନ କରାଯାଇଥିବା ଏହି ଗୀତଟି ଥିଲା ଚଳିତବର୍ଷ ଲୋକମହୋତ୍ସବ ଲୋକଗୀତ ପର୍ଯ୍ୟାୟର ଶେଷ ଗୀତ।ଏହି କାର୍ଯ୍ୟକ୍ରମର ସଙ୍ଗୀତ ପରିଚାଳନା ତଥା ନିର୍ଦ୍ଦେଶନା ଦେଇଥିଲେ ଗୁରୁ ରତନ କୁମାର ପୂଜାହାରୀ।

ସମ୍ବଲପୁରର ଐତିହ୍ୟ ଓ ପର୍ଯଟନ ଉପରେ ଲୋକମହୋତ୍ସବ ତଥ୍ୟ ସଂଗ୍ରହ ଉପସମିତି ପକ୍ଷରୁ ଆଶିଷ କୁମାର ପ୍ରଧାନଙ୍କ ଆବାହତ୍ୱରେ ପ୍ରସ୍ତୁତ ଏକ ବୃତ୍ତଚିତ୍ର ମଞ୍ଚରେ ପ୍ରଦର୍ଶିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande