ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
 ବିମାନ ବନ୍ଦର ଛକରୁ ନନ୍ଦନକାନନ ଓ ଜନତା ମଇଦାନକୁ ବରିଷ୍ଠ ପଦାଧିକାରୀମାନଙ୍କ ସହିତ ଗୃହ ଓ ନଗରଉନ୍ନୟନ ମନ୍ତ୍ରୀଙ୍କ ମାରାଥନ ପରିଦର୍ଶନ  ରାସ୍ତାକଡ ଓ ଡ୍ରେନ ସମେତ ପ୍ରତ୍ୟେକଟି ସ୍ଥାନର ପରିମଳ ବ୍ୟବସ୍ଥା ସଂପର୍କରେ ତଦାରଖ –ସାମାନ୍ୟତମ ତୃଟି ଗ୍ରହଣୀୟ ନୁହେଁ : ମନ୍ତ୍ରୀ ଡାଃ ମହାପାତ୍ର  ରାସ୍ତ
ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ


 ବିମାନ ବନ୍ଦର ଛକରୁ ନନ୍ଦନକାନନ ଓ ଜନତା ମଇଦାନକୁ ବରିଷ୍ଠ ପଦାଧିକାରୀମାନଙ୍କ ସହିତ ଗୃହ ଓ ନଗରଉନ୍ନୟନ ମନ୍ତ୍ରୀଙ୍କ ମାରାଥନ ପରିଦର୍ଶନ

 ରାସ୍ତାକଡ ଓ ଡ୍ରେନ ସମେତ ପ୍ରତ୍ୟେକଟି ସ୍ଥାନର ପରିମଳ ବ୍ୟବସ୍ଥା ସଂପର୍କରେ ତଦାରଖ –ସାମାନ୍ୟତମ ତୃଟି ଗ୍ରହଣୀୟ ନୁହେଁ : ମନ୍ତ୍ରୀ ଡାଃ ମହାପାତ୍ର

 ରାସ୍ତାକଡର ସୌନ୍ଦର୍ଯ୍ୟ , କାନ୍ଥବାଡରେ ଓଡିଶାର ପାରମ୍ପାରିକ ଚିତ୍ରର ଗାଥା

ଭୁବନେଶ୍ୱର, , 2 ଜାନୁଆରି (ହି.ସ.) - ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଜାନୁୟାରୀ ୮ ତାରିଖରୁ ଭୁବନେଶ୍ୱରରେ ଏକାଠି ହେବେ ପ୍ରବାସୀ ଭାରତୀୟ । ହଜାର ହଜାର ଅତିଥି ସାମିଲ ହେବାକୁ ଥିବା ଏହି ସମ୍ମିଳନୀକୁ ସଫଲତାର ସହ ଆୟୋଜନର ପ୍ରସ୍ତୁତି ଯୁଦ୍ଧକାଳୀନ ଭିତିରେ ଚାଲିଛି । ସଜେଇ ହେଲାଣି ରାଜଧାନୀ ଭୁବନେଶ୍ୱର । ସରକାର ମଧ୍ୟ ଆତିଥେୟତାରେ ଯେପରି କୌଣସି ହେଳା ନହୁଏ ସେ ନେଇ ଯତ୍ନବାନ ଅଛନ୍ତି । ରାସ୍ତାକଡର ସୌନ୍ଧର୍ଯ୍ୟ , କାନ୍ଥବାଡରେ ଓଡିଶାର ପାରମ୍ପାରିକ ଚିତ୍ରର ଗାଥା ଦେଖିବାକୁ ମିଳିଲାଣି ।

ତେବେ ରାଜଧାନୀର ପରିମଳ ବ୍ୟବସ୍ଥା , ଆନୁସଙ୍ଗିକ ପ୍ରସ୍ତୁତି ଆଦି ସଂପର୍କରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ପ୍ରତ୍ୟୁସରୁ ଏୟାରପୋର୍ଟ ଛକରୁ ଆରମ୍ଭ କରି ନନ୍ଦନକାନ ପର୍ଯ୍ୟନ୍ତ ପ୍ରମୁଖ ରାସ୍ତା ଓ ସଂଲଗ୍ନ ଅଂଚଳର ପରିମଳ ବ୍ୟବସ୍ଥା , ରାସ୍ତାକଡର ସୌନ୍ଧର୍ଯ୍ୟ , କାନ୍ଥବାଡରେ ଓଡିଶାର ପାରମ୍ପାରିକ ଚିତ୍ରର ଗାଥା ଆଦି ପରଦର୍ଶନ କରି ଆବଶ୍ୟକ ସ୍ଥଳେ ତ୍ୱରିତ ପଦକ୍ଷେପ ଗ୍ରହଣ କରି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଅବସରରେ ତୁରନ୍ତ ହମ୍ପସ, ଖାଲ ସ୍ଥାନ, ଅସଜଡା ଜାଗା କୁ ସଜାଡ଼ିବା ଉପରେ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବା ସହିତ ସହରକୁ ସଫା ରଖିବାକୁ ପରାମର୍ଶ ଦେଇଛନ୍ତି । ଏୟାରପୋର୍ଟ ରୁ ପ୍ରଦର୍ଶନୀ ପଡିଆ ସମେତ ନନ୍ଦନକାନନ ଏବଂ ରାଜଧାନୀର କିଛି ଅଞ୍ଚଳ ବୁଲିବା ସହିତ ପ୍ରବାସୀ ଖାଇବେ ପାରମ୍ପରିକ ଓଡ଼ିଆ ଖାଦ୍ୟ, ଦେଶୀ ଖାଦ୍ୟର ମଜା ନେବେ ପ୍ରବାସୀ ବୋଲି ମନ୍ତ୍ରୀ ଡାଃ ମହାପାତ୍ର ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ସହ ହେବ ଫୁଡ୍ ଫେଷ୍ଟ ଭଳି ସିଟି ଆକ୍ତିଭେଶନ କାର୍ୟ୍ୟଲକ୍ରମ ।ନିଜର ପରିପର୍ଶ୍ଵ କୁ ସଫା କରିବା ଲାଗି ରାଜଧାନୀରେ ଥିବା କର୍ପୋରେଟ ସମେତ ବିଭିନ୍ନ ଅଫିସ ଓ ବ୍ୟବସାୟୀଙ୍କ ଅନୁରୋଧ କଲେ ନଗର ଉନ୍ନୟନ ମନ୍ତ୍ରୀ। ୫ ଟି ଡବଲ ଡେକର ବସ ଆସି ପହଁଚିବା ପରେ ୬ ରୁ ବସ ଚଳାଇବାର ବ୍ୟବସ୍ଥା କରାଯାଉଥିବା ଏବଂ ପ୍ରବାସୀ ଭାରତୀୟ ଙ୍କୁ ନୂଆ ବସରେ ପୁରୀ ବୁଲେଇବା ସହ ଜଗନ୍ନାଥ ଦର୍ଶନ ସହ ଅଭଡ଼ା ଖୁଆଇବା ପାଇଁ ମନ୍ତ୍ରୀ କହିଛନ୍ତି ।

ଦୋକାନ ଓ ଘର ଉଚ୍ଛେଦ ନେଇ ମନ୍ତ୍ରୀ କହିଛନ୍ତି ଯେଉଁମାନେ ଅବରୋଧ କରିଛନ୍ତି ସେହି ଗୁଡ଼ିକ ଉଚ୍ଛେଦ କରାଯାଉଛି। ମନ୍ତ୍ରୀଙ୍କ ଏହି ପରିଦର୍ଶନ କାଳରେ ବି.ଏମ୍‌.ସି କମିଶନର ରାଜେଶ ପ୍ରଭାକର ପାଟିଲ , ବିଡିଏ ଭିସି ତିରିମାଳା ନୟକଙ୍କ ସହିତ ଟିମ୍ ବି ଏମ୍ ସି ଓ ବିଡିଏ , ପୁର୍ତବିଭାଗର ଯନ୍ତ୍ରୀ ପ୍ରମୁଖ ସାମିଲ ହୋଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଅନିଲ


 rajesh pande