ଭୁବନେଶ୍ୱର, 02 ଜାନୁଆରୀ - ଆମ ଦେଶ ପରାଧୀନ ଥିବାବେଳେ
ବିଦେଶୀ ଶାସନର ଅତ୍ୟାଚାର ନିପୀଡ଼ନ ଓ ନିର୍ଯାତନା ବିରୋଧରେ ସ୍ୱର ଉତ୍ତୋଳନ କରି ଗାନ୍ଧିଜୀଙ୍କ
ଆହ୍ୱାନରେ ଯେଉଁ ବୀର ସଂଗ୍ରାମୀମାନେ ନିଜ ଜୀବନକୁ ବାଜି ଲଗାଇ ମୁକ୍ତି ସଂଗ୍ରାମର ମଶାଲ
ପ୍ରଜ୍ୱଳିତ କରି ରଖିଥିଲେ ସେମାନଙ୍କ ମଧ୍ୟରେ ଡ. ହରେକୃଷ୍ଣ ମହତାବ ଥିଲେ ଅଗ୍ରଗଣ୍ୟ । ସେ
ଏକାଧାରରେ ଥିଲେ ରାଷ୍ଟ୍ରନୀତିଜ୍ଞ,
ସ୍ୱାଧୀନତା
ସଂଗ୍ରାମୀ, ସମାଜ ସଂସ୍କାରକ, ସମାଜସେବକ, କବି, ସାହିତି୍ୟକ, ରାଜନୀତିଜ୍ଞ, କୁଟନୀତିଜ୍ଞ, ସାମ୍ବାଦିକ, ନିର୍ଭୀକ କରିତ୍କର୍ମା ତଥା ନବ
ଉତ୍କଳର ନିର୍ମାତା । ପୂର୍ଣ୍ଣାଙ୍ଗ ଓଡ଼ିଶା ଗଠନ ପାଇଁ ତାଙ୍କର ଅବଦାନ ଅତୁଳନୀୟ ।
ଡ. ମହତାବ ଜଣେ ବ୍ୟକ୍ତିବିଶେଷ ନଥିଲେ । ସେ ଥିଲେ ଓଡ଼ିଶାର ଏକ ବହୁମୁଖୀ ସ୍ୱୟଂସଂପୂର୍ଣ୍ଣ
ଅନୁଷ୍ଠାନ, ଏପରିକି ତାଙ୍କର
ପ୍ରତ୍ୟେକ କାର୍ଯ୍ୟରେ ସ୍ୱକୀୟତା,
ସାହସ
ଓ ନିର୍ଭୀକତାର ପରିସ୍ପୁଟନ ହେଉଥିଲା । ଯଥାର୍ଥରେ ସେ ଥିଲେ ଉତ୍କଳକେଶରୀ । ଓଡ଼ିଶାର ପ୍ରାଣ ଡ.
ମହତାବ ଜଣେ ସୁଯୋଗ୍ୟ କର୍ମବୀର ଓ ସ୍ୱାଭିମାନର ମହାନାୟକ
ଥିଲେ । ପ୍ରଚଣ୍ଡ ପ୍ରତିଭାଧାରୀ ଡ. ମହତାବଙ୍କ ଦାନ ଅବିସ୍ମରଣୀୟ । ୧୯୮୭ ମସିହା ଜାନୁଆରୀ
୨ ତାରିଖରେ ତାଙ୍କର କର୍ମମୟ ଜୀବନର ଅବସାନ ଘଟିଲା ।
ସ୍ୱର୍ଗତ ଡକଫର ହରେକୃଷ୍ଣ ମହତାବଙ୍କ ୩୮ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଓଡ଼ିଶା ବିଧାନସଭା
ପରିସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ,
ମୁଖ୍ୟମନ୍ତ୍ରୀ
ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ
କନକ ବର୍ଦ୍ଧନ ସିଂହଦେଓ,
ଉପମୁଖ୍ୟମନ୍ତ୍ରୀ
ଶ୍ରୀମତୀ ପ୍ରଭାତୀ ପରିଡ଼ା,
ସ୍ୱାସ୍ଥ୍ୟ
ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର
ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ,
ବିଦ୍ୟାଳୟ
ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ,
ଆଇନ
ଓ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ,
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ
ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଣ୍ଟିଆ,
ସରକାରୀ
ଦଳ ଉପମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ,
ବିଧାୟକ
ଶ୍ରୀ ବାବୁ ସିଂ, ଶ୍ରୀ ଅଖିଳ ଚନ୍ଦ୍ର
ନାୟକ, ଶ୍ରୀ ନୀଳମଣି ବିଶୋଇ, ବିଧାନସଭାର ସଚିବ ଶ୍ରୀ ଦାଶରଥି
ଶତପଥୀ ପ୍ରମୁଖ ଉପସ୍ଥିତ ରହି ଡ. ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ
ପ୍ରଦାନପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ଏହି ଅବସରରେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ସଂଗୀତ
ପରିବେଷଣ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଅନିଲ