କୋଲକାତା 6 ଜାନୁଆରୀ
(ହି.ସ)-ଦକ୍ଷିଣ ବେଙ୍ଗଲରେ ସୋମବାର ସକାଳେ ଘନ କୁହୁଡି ଜନଜୀବନକୁ ପ୍ରଭାବିତ କରିଛି।ଅଧିକାଂଶ
ଜିଲ୍ଲାରେ ଦୃଶ୍ୟମାନତା ଏତେ କମ ହୋଇଗଲା ଯେ ଟ୍ରେନ ଏବଂ ବିମାନ ଚଳାଚଳ ବ୍ୟାହତ ହୋଇଛି।ସ୍ଥାନୀୟ
ଏବଂ ଦୁରଗାମୀ ଟ୍ରେନ ଧୀର ଗତିରେ ଚାଲୁଛି,ଯେଉଁ କାରଣରୁ ଯାତ୍ରୀମାନେ ନିଜ ଗନ୍ତବ୍ୟସ୍ଥଳରେ ପହଁଞ୍ଚିବା ପାଇଁ
ଅଧିକ ସମୟ ନେଉଛନ୍ତି।ସକାଳୁ ବିମାନ ଉଡାଣ ଏବଂ ଅବତରଣ କରିବାରେ ସମସ୍ୟା ଦେଖାଦେଇଛି।ତେବେ ଦିନ
ଯେତିକି ପାଖେଇ ଆସୁଥିଲା କୋଲକାତାରେ କୁହୁଡିର ଚାଦର ହଟିବା ଆରମ୍ଭ କରିଥିଲା ଏବଂ ପାଗ ଖରା
ହୋଇଥିଲା।ଅଲୀପୁର ପାଣିପାଗ ବିଭାଗ କହିଛି ଯେ ଦିନରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି
ଘଟିବ,କିନ୍ତୁ ରାତିରେ ପାରା ପ୍ରାୟ 16 ଡିଗ୍ରୀ ସେଲସିୟସ ପାଖାପାଖି ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା