ରାଜସ୍ଥାନରେ କୁହୁଡି ଥଣ୍ଡା ବଢାଇଛି,ପ୍ରବଳ ଶୀତ ଆର୍ଲଟ
ଜୟପୁର 6 ଜାନୁଆରୀ (ହି.ସ)-ରାଜସ୍ଥାନରେ ଘନ କୁହୁଡି ଶୀତର ପ୍ରଭାବକୁ ଆହୁରି ବଢାଇ ଦେଇଛି।ସୋମବାର ସକାଳେ ଜୟପୁର,କୋଟା,ଅଲୱର,ଦୌସା ,ଭରତପୁର,ଅଜମେର,ଶ୍ରୀଗଙ୍ଗାନଗର,ହନୁମାନଗଢ ଚୁରୁ ଏବଂ ସୀକର ସମେତ ଅନେକ ଜିଲ୍ଲାରେ ଦୃଶ୍ୟମାନତା ବହୁତ କମ ରହିଥିଲା। କୁହୁଡି ଯୋଗୁଁ ରାଜପ
ରାଜସ୍ଥାନରେ କୁହୁଡି ଥଣ୍ଡା ବଢାଇଛି,ପ୍ରବଳ ଶୀତ ଆର୍ଲଟ


ଜୟପୁର 6 ଜାନୁଆରୀ

(ହି.ସ)-ରାଜସ୍ଥାନରେ ଘନ କୁହୁଡି ଶୀତର ପ୍ରଭାବକୁ ଆହୁରି ବଢାଇ ଦେଇଛି।ସୋମବାର ସକାଳେ

ଜୟପୁର,କୋଟା,ଅଲୱର,ଦୌସା ,ଭରତପୁର,ଅଜମେର,ଶ୍ରୀଗଙ୍ଗାନଗର,ହନୁମାନଗଢ ଚୁରୁ ଏବଂ ସୀକର ସମେତ

ଅନେକ ଜିଲ୍ଲାରେ ଦୃଶ୍ୟମାନତା ବହୁତ କମ ରହିଥିଲା। କୁହୁଡି ଯୋଗୁଁ ରାଜପଥରେ ଯାନବାହନ ଚଳାଚଳ କରୁଥିବାବେଳେ

ଜୟପୁରର ନାହରଗଢ ଏବଂ ଆମେର ଦୁର୍ଗ ମଧ୍ୟ କୁହୁଡିରେ ଆବୃତ୍ତ ହୋଇ ରହିଥିଲା।ରବିବାର ଦିନ ରାଜ୍ୟର

ଅଧିକାଂଶ ଜିଲ୍ଲାରେ ଦିନର ତାପମାତ୍ରା 3ରୁ 10 ଡିଗ୍ରୀ ସେଲସିୟସ ହ୍ରାସ ପାଇଛି।ଆଜି (ସୋମବାର)ଜୟପୁର,ଅଜମେର,ଭରତପୁର

ଏବଂ ବିକାନେର ଡିଭିଜନର 19 ଜିଲ୍ଲାରେ ଘନ କୁହୁଡିକୁ ନେଇ ଅରେଞ୍ଜ ଏବଂ ୟେଲୋ ଆର୍ଲଟ ଜାରି

କରାଯାଇଛି।ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ 8-9ଜାନୁଆରୀ ପରେ କୁହୁଡି ହ୍ରାସ ହେବାର ସମ୍ଭାବନା

ରହିଛି,କିନ୍ତୁ ରାଜ୍ୟରେ ଶୀତଲହର ପ୍ରଭାବ ତୀବ୍ର ହୋଇପାରେ ।ମକର ସଂକ୍ରାନ୍ତି ପୁର୍ବରୁ ଏକ ସକ୍ରିୟ

ପଶ୍ଚିମୀ ମୌସୁମୀବାୟୁ ପ୍ରଭାବରେ 10-12 ଜାନୁଆରୀ ମଧ୍ୟରେ ଜୟପୁର,ଭରତପୁର,ବୀକାନେର ଏବଂ ଅଜମେର

ଡିଭିଜନରେ ମେଘୁଆ ଆକାଶ ରହିବଏବଂ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande