ସାମ୍ବାଦିକ ମୁକେଶ ଚନ୍ଦ୍ରାକର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁରଶ ଚନ୍ଦ୍ରାକର ହାଇଦ୍ରାବାଦରୁ ଗିରଫ
ରାୟପୁର 6 ଜାନୁଆରୀ (ହି.ସ)-ଛତିଶଗଡର ବୀଜାପୁରରେ ସମ୍ବାଦିକ ମୁକେଶ ଚନ୍ଦ୍ରାକର ହତ୍ୟା ମାମଲାରେ ଏସଆଇଟି ଟିମ ରବିବାର ବିଳମ୍ବିତ ରାତିରେ ମୁଖ୍ୟ ଅଭିଯୁକ୍ତ ସୁରେଶ ଚନ୍ଦ୍ରାକରଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି।ବର୍ତ୍ତମାନ ଅଭିଯୁକ୍ତମାନଙ୍କୁ ପୋଲିସ ହାଇଦ୍ରାବାଦରୁ ବୀଜା
ସାମ୍ବାଦିକ ମୁକେଶ ଚନ୍ଦ୍ରାକର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁରଶ ଚନ୍ଦ୍ରାକର ହାଇଦ୍ରାବାଦରୁ ଗିରଫ


ରାୟପୁର 6 ଜାନୁଆରୀ (ହି.ସ)-ଛତିଶଗଡର

ବୀଜାପୁରରେ ସମ୍ବାଦିକ ମୁକେଶ ଚନ୍ଦ୍ରାକର ହତ୍ୟା ମାମଲାରେ ଏସଆଇଟି ଟିମ ରବିବାର ବିଳମ୍ବିତ

ରାତିରେ ମୁଖ୍ୟ ଅଭିଯୁକ୍ତ ସୁରେଶ ଚନ୍ଦ୍ରାକରଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି।ବର୍ତ୍ତମାନ

ଅଭିଯୁକ୍ତମାନଙ୍କୁ ପୋଲିସ ହାଇଦ୍ରାବାଦରୁ ବୀଜାପୁର ବୀଜାପୁରକୁ ଆଣିବାକୁ ପ୍ରସ୍ତୁତି

ଚଳାଇଛି।ଏସଆଇଟୀ ମୁଖ୍ୟ ପୋଲିସ ଅଧିକାରୀ ମୟଙ୍କ ଗୁର୍ଜର ଏହା ନିଶ୍ଚିତ କରିଛନ୍ତି।

ଅଭିଯୁକ୍ତସୁରେଶ ଚନ୍ଦ୍ରାକରଙ୍କ

ପତ୍ନୀ ମଧ୍ୟ ସାମ୍ବାଦିକ ମୁକେଶ ଚନ୍ଦ୍ରାକର ହତ୍ୟା ମାମଲାରେ ରବିବାର ସନ୍ଧ୍ୟାରେ କାଙ୍କେରରୁ ଅଟକ

ରହିଥିଲେ ଏବଂ ତାଙ୍କୁ ପଚରାଉଚରା ଜାରି

ରହିଛି।ଘଟଣାପରେ ଅଭିଯୁକ୍ତ କଣ୍ଟ୍ରାକ୍ଟର ସୁରେଶ ଚନ୍ଦ୍ରାକର ଫେରାର ଥିଲେ।ଅଧିକାରୀମାନେ

କହିଛନ୍ତି ଯେ ଏହି ମାମଲାରେ ସୁରେଶ ଚନ୍ଦ୍ରାକରଙ୍କ ଭାଇ ରିତେଶ ଚନ୍ଦ୍ରାକର ଏବଂ ଦିନେଶ

ଚନ୍ଦ୍ରାକର ତଥା ସୁପରଭାଇଜର ମହେନ୍ଦ୍ର ରାମଟେକେଙ୍କୁ ପୁର୍ବରୁ ଗିରଫ କରାଯାଇଥିଲା।ସ୍ୱତନ୍ତ୍ର

ସାମ୍ବାଦିକ ମୁକେଶ ଚନ୍ଦ୍ରାକର(33ବର୍ଷ)ଏକ ଜାନୁଆରୀରେ ନିଖୋଜ ହୋଇଯାଇଥିଲେ ଏବଂ ତାଙ୍କ ମୃତଦେହ

ତିନି ଜାନୁଆରୀ ବୀଜାପୁର ସହରର ଚଟ୍ଟାନପାରା ବସ୍ତିରେ କଣ୍ଟ୍ରାକ୍ଟର ସୁରେଶ ଚନ୍ଦ୍ରାକରଙ୍କ ସମ୍ପତ୍ତିର

ସେଫ୍ଟିକ ଟ୍ୟାଙ୍କରୁ ଉଦ୍ଧାର କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande