ଇସ୍ଲାମାବାଦ 6 ଜାନୁଆରୀ
(ହି.ସ)-ପାକିସ୍ଥାନର ସବୁଠାରୁ ବିଶୃଙ୍ଖଳିତ ପ୍ରଦେଶର ଖୈବର ପଖ୍ତୁନଖ୍ୱା ସ୍ଥିତ କୁରମରେ
ଅସ୍ତ୍ରବିରତି ଉଲଂଘନ କରିଥିବା ସଶସ୍ତ୍ର ଆକ୍ରମଣକାରୀଙ୍କ ମଧ୍ୟରେ ଦୁଇଜଣଙ୍କୁ ଗିରଫ କରାଯାଇଛି।
ଏହି ଦୁଇଜଣ ଆତଙ୍କବାଦୀ।ପ୍ରଦେଶ ସରକାର ଗତକାଲି କହିଥିଲେ ଯେ ଆକ୍ରମଣକାରୀଙ୍କ ମଧ୍ୟରୁ
ପାଞ୍ଚଜଣଙ୍କୁ ଚିହ୍ନଟ କରାଯାଇଛି।ଏହି ହିଂସାରେ କୁରମର ଡେପୁଟି କମିଶନର ଜାୱେଦୁଲ୍ଲା ମହସୁଦ ଗୁଳି
ବାଜିବାରୁ ଆହତ ହୋଇଥିଲେ।ଏଆରୱାଇ ନ୍ୟୁଜ ଅନୁଯାୟୀ ପୋଲିସ ଅଧିକାରୀ କହିଛନ୍ତି ଯେ ଦୁଇ
ଆତଙ୍କବାଦୀଙ୍କୁ କୁରମରେ ସର୍ଚ୍ଚ ଅପରେସନ ବେଳେ ଧରାପଡିଥିଲା।ଏହା ପୁର୍ବରୁ ଖୈବର ପଖ୍ତୁନଖ୍ୱା
ଅତିରିକ୍ତ ମୁଖ୍ୟ ସଚିବ କୁରମ ଜିଲ୍ଲାରେ ଦୁଇ ମାସ ପାଇଁ ଧାରା ଧାରା 144 ଲାଗୁ କରିବାକୁ
ବିଜ୍ଞପ୍ତି ଜାରି କରିଥିଲେ।ଅଞ୍ଚଳରେ ଶାନ୍ତି ଚୁକ୍ତି ଭଙ୍ଗ କରିବାକୁ ଆତଙ୍କବାଦୀଙ୍କ ଉଦ୍ୟମକୁ
ନେଇ ଚିନ୍ତା ମଧ୍ୟରେ ଏହି ନିଷ୍ପତ୍ତି
ନିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା