ମଣିପୁର- ବିପୁଳ ପରିମାଣର ସନ୍ଦିଗ୍ଧ ବ୍ରାଉନ ସୁଗାର ଜବତ, 3 ଗିରଫ
ଇମ୍ଫାଲ, 16 ଅକ୍ଟୋବର (ହି.ସ.) -ମାଦକ ଦ୍ରବ୍ୟ ଚୋରାଚାଲାଣ ବିରୋଧରେ ଏକ ବଡ଼ ସଫଳତା ହାସଲ କରି, କାଙ୍ଗପୋକପି ଜିଲ୍ଲା ପୁଲିସ ଅଧିକ୍ଷକ ଅଭିନବଙ୍କ ନିର୍ଦ୍ଦେଶରେ ଏକ ସଂଯୁକ୍ତ ଅଭିଯାନ ସମୟରେ ପୁଲିସ 225ଟି ସାବୁନ କେସ୍ ଜବତ କରିଛି, ଯେଉଁଥିରେ ସନ୍ଦିଗ୍ଧ ବ୍ରାଉନ୍ ସୁ
ମଣିପୁର- ବିପୁଳ ପରିମାଣର     ସନ୍ଦିଗ୍ଧ ବ୍ରାଉନ ସୁଗାର ଜବତ, 3 ଗିରଫ


ଇମ୍ଫାଲ, 16 ଅକ୍ଟୋବର (ହି.ସ.)

-ମାଦକ ଦ୍ରବ୍ୟ ଚୋରାଚାଲାଣ

ବିରୋଧରେ ଏକ ବଡ଼ ସଫଳତା ହାସଲ କରି, କାଙ୍ଗପୋକପି ଜିଲ୍ଲା ପୁଲିସ

ଅଧିକ୍ଷକ ଅଭିନବଙ୍କ ନିର୍ଦ୍ଦେଶରେ ଏକ ସଂଯୁକ୍ତ ଅଭିଯାନ ସମୟରେ ପୁଲିସ 225ଟି ସାବୁନ କେସ୍ ଜବତ

କରିଛି, ଯେଉଁଥିରେ ସନ୍ଦିଗ୍ଧ ବ୍ରାଉନ୍ ସୁଗାର ଭରିରହିଥିଲା। ଏହି ସାବୁନ କେସଗୁଡିକର

ମୋଟ ଓଜନ (ସାମଗ୍ରୀ ସହିତ) 9.844 କିଲୋଗ୍ରାମ୍ ଥିଲା।

ମଣିପୁର ପୁଲିସ ଗୁରୁବାର ଦିନ

ଔପଚାରିକ ଭାବେ ଜଣାଇଛି ଯେ, ଏହି ଅଭିଯାନ ଗୋପନୀୟ ସୂଚନା ଅଧାରରେ ଆରମ୍ଭ ହୋଇଥିଲା।

ଅତିରିକ୍ତ ପୁଲିସ ଅଧିକ୍ଷକଙ୍କ ନେତୃତ୍ୱରେ ଗଠିତ ଏହି ସଂଯୁକ୍ତ ଟିମ୍ —ଏଥିରେକାଙ୍ଗପୋକପି ଏସପି , କାଙ୍ଗପୋକପି ଏସଡିପିଓ, ସପରମେନା ଏସଡିପିଓ, ଓସି କାଙ୍ଗପୋକପି ଥାନା, 16ତମ ଅସମ୍ ରାଇଫଲ୍‌ସ ଓ 112ତମ ବ୍ୟାଟାଲିଅନ୍ ସିଆରପିଏଫର କର୍ମଚାରୀ ମାନେ ମିଳିତ ଭାବେ — ଗତ ମଙ୍ଗଳବାର ଦିନ ଲକ୍ଷ୍ୟିତ ଅଭିଯାନ ଚଲାଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande