ଭଦ୍ରକରେ ୧୩ଟି ସ୍ଥାନରେ ପୂଜା ପାଉଛନ୍ତି ମା କାଳୀ : ଦୀପାବଳୀରେ ମା ଭଦ୍ରକାଳୀଙ୍କ ବେଦମାତା ବେଶ
ଭଦ୍ରକ, ୨୦ ଅକ୍ଟୋବର (ହି.ସ.)- କାଳୀପୂଜା ପାଇଁ ଓଡ଼ିଶା ପ୍ରସିଦ୍ଧ ଭଦ୍ରକ ସହର ଚଳଚଂଚଳ ହୋଇଉଠିଛି । ମା ଭଦ୍ରକାଳୀ ପୀଠ ସମେତ ଚରମ୍ପା ଠାରେ ଆୟୋଜିତ ଲୋକ୍ ସେଡ୍ (ପଥର କାଳୀ) ପିଡବ୍ଲୁଆଇ ପୂଜା କମିଟି, ଟ୍ରାଫିକ୍ ଛକ ପୂଜା କମିଟି, ହାଇସ୍କୁଲ ରୋଡ ପୂଜା କମିଟି, ବାସନ୍ତୀ ଦୂର୍ଗାମଣ୍ଡପ କାଳୀପୂଜା କମି
ଏରେଇଁ ପୂଜା କମିଟି -୨


ଏରେଇଁ ପୂଜା କମିଟି


ମା ଭଦ୍ରକାଳୀଙ୍କ ବେଦମାତା ବେଶ


ଭଦ୍ରକ, ୨୦ ଅକ୍ଟୋବର (ହି.ସ.)- କାଳୀପୂଜା ପାଇଁ ଓଡ଼ିଶା ପ୍ରସିଦ୍ଧ ଭଦ୍ରକ ସହର ଚଳଚଂଚଳ ହୋଇଉଠିଛି । ମା ଭଦ୍ରକାଳୀ ପୀଠ ସମେତ ଚରମ୍ପା ଠାରେ ଆୟୋଜିତ ଲୋକ୍ ସେଡ୍ (ପଥର କାଳୀ) ପିଡବ୍ଲୁଆଇ ପୂଜା କମିଟି, ଟ୍ରାଫିକ୍ ଛକ ପୂଜା କମିଟି, ହାଇସ୍କୁଲ ରୋଡ ପୂଜା କମିଟି, ବାସନ୍ତୀ ଦୂର୍ଗାମଣ୍ଡପ କାଳୀପୂଜା କମିଟି, ଏରେଇଁ ପୂଜା କମିଟି ସହ ଦକ୍ଷିଣେଶ୍ୱର କାଳୀ, ପୁରୁଣା ବଜାର କାଳୀ, ସନ୍ତିଆ କାଳୀ, ଡ଼ଗରା ସାହି କାଳୀ, ଓଏସଆରଟିସି କାଳୀ, ରାଜଘାଟ କାଳୀ ଏବଂ ଚରମ୍ପାର ପାଟଣାସାହି କାଳୀଙ୍କୁ ମିଶାଇ ମୋଟ୍ ୧୩ଟି ସ୍ଥାନରେ ମାଙ୍କ ପୂଜା ଆରଧାନା ପାରମ୍ପରିକ ରୀତିନୀତି ମୁତାବକ ପାଳିତ ହେଉଛି ।

ଚଳିତ ବର୍ଷ ମା ପଥର କାଳୀ ପୂଜାର ଇତିହାସ ଶହେ ବର୍ଷରେ ପହଂଚିଛି । ଏହା ଷ୍ଟେସନ ଅଂଚଳରେ ପ୍ରଥମ ପ୍ରତିଷ୍ଠିତ ପଥର ତିଆରି କାଳୀ ହୋଇଥିବାରୁ ପ୍ରତିବର୍ଷ ସ୍ଥାୟୀ ପ୍ରତିମା ଷୋଡ଼ଶ ଉପଚାରରେ ପୂଜା ପାଇ ଆସୁଛନ୍ତି । ସୋମବାର ପବିତ୍ର ଦୀପାବଳୀରେ ଭକ୍ତଙ୍କୁ ବେଦମାତା ବେଶରେ ଦର୍ଶନ ଦେଉଛନ୍ତି ମା ଭଦ୍ରକାଳୀ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande