କେନ୍ଦ୍ରାପଡା 20 ଅକ୍ଟୋବର (ହି.ସ.) : ପରିବେଶର ସମୃଦ୍ଧି, ସ୍ୱଚ୍ଛତା ଓ ସୁରକ୍ଷା ତଥା ନିଶୁଳ୍କ ଶେବା ପ୍ରଦାନ କରି ଯୁବବର୍ଗଙ୍କୁ ଶଶକ୍ତ କରିବାରେ ପ୍ରୟାସରତ କୁଶିଆପାଳ ଓ ଗୁଇଳସିହ ଗ୍ରା. ପ. ମଧ୍ୟରେ ଅବସ୍ଥିତ ଓ ପ୍ରକୃତି ମିତ୍ର ଦି ଇନଷ୍ଟିଚୁଟ ଅଫ ଟୋଟାଲ ଫିଟନେସ ଆଣ୍ଡ ମ୍ୟାନେଜମେଣ୍ଟ ଓ ପୂର୍ବତନ ସୈନିକ ସଂଘ, କେନ୍ଦ୍ରାପଡା ତରଫରୁ ମିଳିତ ଭାବେ ପବିତ୍ର ଦୀପାବଳି ଉପଲକ୍ଷେ ବାଲିପାଟଣା ସ୍ଥିତ ଶ୍ରୀ ଶ୍ରୀ ଲଚ୍ଛମନଜୀଉ ମନ୍ଦିର ଓ ନିକଟସ୍ଥ ମା ଲକ୍ଷ୍ମୀ ଠାକୁରାଣୀ ମନ୍ଦିର ପରିସରରେ ସ୍ୱଚ୍ଛତା କାର୍ୟ୍ୟ କ୍ରମ କରାଯିଇଥିଲା। ଏହି ଅଭିଜାନକୁ ଅନୁଷ୍ଠାନର ପ୍ରତିଷ୍ଠାତା ଓ ପରିଚାଳକ ସୁବେଦାର ମେଜର ବ୍ରଜ କିଶୋର ସାହୁଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀ ଯଥା ଦିଲିପ ବେହେରା, ବିପିନ୍ ନାଥ, ନୁର଼ଉର୍ଦ୍ଦିନ ଖାନ଼, ବର୍ଷା ପଟନାୟକ, ସୋନିତା ସାହୁ ଓ ଦେବଜାନି ବେହେରାଙ୍କ ସହିତ ବହୁ ଛାତ୍ରଛାତ୍ରୀ କାର୍ୟୁକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। ଏହି ଆଦର୍ଶ କାର୍ୟ୍ୟ କ୍ରମରେ କେନ୍ଦ୍ରାପଡା ଜିଲ୍ଲା ପୂର୍ବତନ ସୈନିକ ସଂଘର ସହ ସମ୍ପାଦକ ଭେଟେରାନ୍ ଅଖ୍ୟୟ କୁମାର ସାହୁ, ସଭାପତି କ୍ୟାପଟେନ ସୁରେନ୍ଦ୍ର କୁମାର ସାହୁ, କ୍ୟାପଟେନ ଅଭୟ ଲେଙ୍କା, ସୁବାଦାର ନାରାୟଣ ଜେନା ଓ ହାବିଲଦାର ଅମୂଲ୍ୟ ବାରିକ କାର୍ୟ୍ୟନକ୍ରମରେ ସହଯୋଗ ସହିତ ପିଲାମାନଙ୍କୁ ଉସ୍ଛାହିତ କରିଥିଲେ। ଏହି ଅନନ୍ୟ କାର୍ୟ୍ୟ ପାଇଁ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଅନୁଷ୍ଠାନକୁ ପ୍ରଶ଼ଶା ସହିତ ପିଲାଙ୍କୁ ଆଶିର୍ବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ