ଭୁବନେଶ୍ୱର, 20 ଅକ୍ଟୋବର (ହି.ସ.)- ପବିତ୍ର
ଦୀପାବଳି ଏବଂ କାଳୀପୂଜାର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ଦୀପାବଳି ଏବଂ କାଳୀପୂଜା
ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ମା' କାଳୀଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିର ଆଲୋକରେ
ଆଲୋକିତ ହେଉ।
ଆସନ୍ତୁ ସ୍ଵଦେଶୀ ଦୀପ ଜାଳି
ଏହି ପବିତ୍ର ପର୍ବକୁ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହ ପାଳନ କରିବା ବୋଲି ଆହ୍ୱାନ ଦେଇଛନ୍ତି
ମୁକେଶ ମହାଲିଙ୍ଗ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା