ଭୁବନେଶ୍ୱର, 23 ଅକ୍ଟୋବର (ହି.ସ.)-ଆଜି ମୁଖ୍ୟମନ୍ତ୍ରୀଙ୍କୁ
ଭେଟିବେ ବେଦାନ୍ତ ମୁଖ୍ୟ ଅନିଲ ଅଗ୍ରୱାଲ । ଅପରାହ୍ନ ୩.୩୦ ରେ ଲୋକସେବା ଭବନରେ ଭେଟିବାର ରହିଛି
କାର୍ଯ୍ୟକ୍ରମ । ରାଜ୍ୟରେ ଅଧିକ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ
ବେଦାନ୍ତ ମୁଖ୍ୟ । କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ବେଦାନ୍ତ ମୁଖ୍ୟ
ଅନିଲ ଅଗ୍ରୱାଲ । ଓଡ଼ିଶାରେ ବୃହତ୍ ଆଲୁମିୟମ୍ ପ୍ରକଳ୍ପ ପାଇଁ ଦେଇଥିଲେ ପ୍ରସ୍ତାବ । ଅନୀଲ
ଅଗ୍ରୱାଲ 1 ଲକ୍ଷ 60 ହଜାର କୋଟି ଟଙ୍କାର ନିବେଶ ଓଡ଼ିଶାରେ
କରିବେ ବୋଲି ଚିଠିରେ ଉଲ୍ଲେଖ କରିଥିଲେ । ଯାହାଦ୍ୱାରା 30 ଲକ୍ଷ ଟନର
ଆଲୁମିୟମ୍ ଉତ୍ପାଦନ ହେବ । ସାଢେ 3 ବର୍ଷ ଭିତରେ ପ୍ରକଳ୍ପ ସାରିବାକୁ ଦେଇଥିଲେ ପ୍ରସ୍ତାବ । ଆଲୁମିନିୟମ ପାର୍କ କରିବାକୁ ପ୍ରସ୍ତାବ ରଖିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା