ଭୁବନେଶ୍ୱର, ୨୩ ଅକ୍ଟୋବର (ହି.ସ.)- ଡାକ୍ତର ଜନାର୍ଦ୍ଦନ ପୂଜାରୀଙ୍କ ଜୟନ୍ତୀ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଏକ୍ସରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ସମ୍ବଲପୁର ମାଟିର ସୁଯୋଗ୍ୟ ସନ୍ତାନ ଓ ମାନବ ସେବାର ଉଜ୍ଜ୍ୱଳ ପ୍ରତୀକ ଡାକ୍ତର ଜନାର୍ଦ୍ଦନ ପୂଜାରୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି। ଏକାଧାରରେ ଜଣେ ଡାକ୍ତର, କିମ୍ବଦନ୍ତୀ ଲେଖକ, ନିର୍ଦ୍ଦେଶକ, ଅଭିନେତା ଓ ସମାଜସେବୀ ଭାବେ ସେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ। କର୍ମ, ଭକ୍ତି ଓ ମାନବ ସେବା ହିଁ ତାଙ୍କ ଜୀବନର ବ୍ରତ ଥିଲା। ସମାଜକୁ ତାଙ୍କର ଅବଦାନ ଯୁବପିଢିଙ୍କୁ ସର୍ବଦା ଅନୁପ୍ରାଣିତ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା