ଗଞ୍ଜାମ, ୨୩ ଅକ୍ଟୋବର (ହି.ସ.)- ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ବିକ୍ରମ ପଣ୍ଡାଙ୍କ ଗିରଫଦାରୀକୁ ନେଇ ବିଜେଡ଼ି ପକ୍ଷରୁ ଆଜି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏହି ଘଟଣାରେ ବିଜେଡ଼ିର ବରିଷ୍ଠ ନେତୃବୃନ୍ଦ, ଯୁବବର୍ଗ ଏବଂ ହଜାର ହଜାର ସଂଖ୍ୟାରେ ମହିଳା ଯୋଗଦେଇ ଶ୍ରୀ ପଣ୍ଡାଙ୍କ ଗିରଫଦାରୀକୁ ନିନ୍ଦା କରିବା ସହ ପୋଲିସ ଷଡ଼ଯନ୍ତ୍ର କରି ତାଙ୍କ ଫସାଇ ଦେଇଛି ବୋଲି ଧ୍ୱନୀ ଦେଇ ଧାରଣାରେ ବସିଥିଲେ । ଅନ୍ୟପକ୍ଷରେ ବିଜେପି ପକ୍ଷରୁ ମଧ୍ୟ ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ଯଥାର୍ଥ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯିବା ସହ ପୂର୍ବରୁ ବିଜେଡ଼ି ସୁପ୍ରିମୋ ଆଇନ ତା ବାଟରେ ଯାଉଛି ବୋଲି କହୁଥିବା ବେଳେ ବର୍ତମାନ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କିପରିଶ୍ରୀ ପଣ୍ଡାଙ୍କୁ ଦଳରୁ ଓ ଜିଲ୍ଲା ସଭାପତି ପଦରୁ ନିଲମ୍ବନ କରିନାହାଁନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ