ସାମାଜିକ ଗଣମାଧ୍ୟମ ବିରୁଦ୍ଧରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଥାନାରେ ଏତଲା
ଭଦ୍ରକ, ୨୩ ଅକ୍ଟୋବର (ହି.ସ.) - ଓଡିଶା ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କୁ ଉଦେଶ୍ୟ ମୂଳକ ଏବଂ ସର୍ବସାଧାରଣରେ ବଦନାମ କରିବା ପାଇଁ ଏକ ସାମାଜିକ ଗଣମାଧ୍ୟମ ଅପପ୍ରଚାର କରିବା ଘଟଣା କୁ ବିରୋଧ କରି ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ପୃକ୍ତ ସାମାଜିକ ଗଣମାଧ୍ୟମ
CONGRESS COMMITTEE THANARE FIR


ଭଦ୍ରକ, ୨୩ ଅକ୍ଟୋବର (ହି.ସ.) - ଓଡିଶା ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କୁ ଉଦେଶ୍ୟ ମୂଳକ ଏବଂ ସର୍ବସାଧାରଣରେ ବଦନାମ କରିବା ପାଇଁ ଏକ ସାମାଜିକ ଗଣମାଧ୍ୟମ ଅପପ୍ରଚାର କରିବା ଘଟଣା କୁ ବିରୋଧ କରି ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ପୃକ୍ତ ସାମାଜିକ ଗଣମାଧ୍ୟମ ନାମରେ ଭଦ୍ରକ ଟାଉନ ଥାନରେ ଏତଲା ଦିଆଯାଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ନଳିନୀ ମହାନ୍ତିଙ୍କ ନେତୃତ୍ୱ ରେ ପୂର୍ବତନ ବିଧାୟକ ପଂଚାନନ ମଣ୍ଡଳ,ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ପୂର୍ବତନ କାର୍ଯ୍ୟକାରୀ ସଭାପତି ଦେବରୂପ ମହାନ୍ତି, ପିସିସି ଅନୁସୂଚିତ ଜାତି ବିଭାଗର ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଜେନା,ଭଦ୍ରକ ବ୍ଲକ ସଭାପତି ପୀତବାସ ଧଳ, ଟାଉନ ସଭାପତି ମୋକିତ ଖାଁ, ଯୁବ ନେତା ପ୍ରକାଶ ଜ୍ୟୋତି ମହାକୁଡ଼,ରାଜ୍ୟ ଦଳିତ ସେଲ ର ସମ୍ପାଦକ ରଞ୍ଜନ ଜେନା, ଆରଜିପିଏସର ରାଜ୍ୟ ସମ୍ପାଦକ ପଦ୍ୟୁମୁନ ଦାସ, ରାଜ୍ୟ ମହିଳା କଂଗ୍ରେସ ର ରାଜ୍ୟ ସମ୍ପାଦକ ଅମିତା ବାଳା ଆଚାର୍ଯ୍ୟ,ସମ୍ପାଦକ ସବିତା ଚନ୍ଦ, ଜିଲ୍ଲା ମହିଳା କଂଗ୍ରେସ ର ନାରୀ ନେତ୍ରୀ ଶର୍ମିଷ୍ଠା ପଣ୍ଡା,କାଉନସିଲର ସାହିଲ କାଦ୍ରୀ, କାଉନସିଲର ଜାହିଦ ସାହା,ଯୁବ ନେତା ଇଲିଆସ ଖାଁ, ଦୀନବନ୍ଧୁ ଦାସ,ପ୍ରମୁଖ ଶତାଧିକ କଂଗ୍ରେସ ନେତା ଓ କର୍ମୀ ମାନେ ଏକ ମୋଟର ସାଇକେଲ ରାଲି ଯୋଗେ ଜିଲ୍ଲା କଂଗ୍ରେସ ପାର୍ଟି କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରି ଟାଉନ ଥାନାରେ ପହଂଚି ଥିଲେ । ପରେ ସମ୍ପୃକ୍ତ ସାମାଜିକ ଗଣମାଧ୍ୟମ ବିରୋଧ୍ୟ ସ୍ଲୋଗାନ ଦେବା ସହ ଟାଉନ ଥାନା ର ବିଭାଗୀୟ ଅଧିକାରୀଙ୍କୁ ଗଣମାଧ୍ୟମ ଓ ସମ୍ପାଦକ ଙ୍କ ନାମରେ ରେ ଏତଲା ଦେଇଥିଲେ । ତୁରନ୍ତ ସମ୍ପୃକ୍ତ ଗଣମାଧ୍ୟମର ସମ୍ପାଦକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜିଲ୍ଲା ସଭାପତି ନଳିନୀ କାନ୍ତ ମହାନ୍ତି ଦୃଢ ଦାବି କରିବା ସହ ଏଥି ନେଇ ଆଗାମୀ ଦିନରେ ଆନ୍ଦୋଳନତ୍ମାକ କାର୍ଯ୍ୟ ପନ୍ଥା କୁ ଜୋରଦାର କରାଯିବ ବୋଲି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande