ପୂର୍ବତନ ବିଧାୟକ ରତ୍ନାକର ମହାନ୍ତିଙ୍କ ୨୪ତମ ଶ୍ରାଦ୍ଧୋତ୍ସବ
ଭଦ୍ରକ, ୨୩ ଅକ୍ଟୋବର (ହି.ସ.) - ବିଶିଷ୍ଟ ସମାଜସେବୀ ତଥା ଭଦ୍ରକର ପୂର୍ବତନ ବିଧାୟକ ରତ୍ନାକର ମହାନ୍ତିଙ୍କର ୨୪ତମ ଶ୍ରାଦ୍ଧୋତ୍ସବ ଚରମ୍ପା କୋଡବରୁଆଁ ପଂଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ତ୍ୟାଗଭୂମି ସମ୍ମେଳନର ସଭାପତି ଅଜୟ ନାୟକ ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ପ
RATNAKAR MOHANTY SRADHA UTSAV


ଭଦ୍ରକ, ୨୩ ଅକ୍ଟୋବର (ହି.ସ.) - ବିଶିଷ୍ଟ ସମାଜସେବୀ ତଥା ଭଦ୍ରକର ପୂର୍ବତନ ବିଧାୟକ ରତ୍ନାକର ମହାନ୍ତିଙ୍କର ୨୪ତମ ଶ୍ରାଦ୍ଧୋତ୍ସବ ଚରମ୍ପା କୋଡବରୁଆଁ ପଂଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ତ୍ୟାଗଭୂମି ସମ୍ମେଳନର ସଭାପତି ଅଜୟ ନାୟକ ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ ସ୍ୱର୍ଗତଃ ମହାନ୍ତି କିଭଳି ଗ୍ରାମାଂଚଳର ବିକାଶ ଦିଗରେ ସର୍ବଦା ପ୍ରଚେଷ୍ଟା ଜାରି ରଖିଥିଲେ। ଏବଂ ସେ ଯେଉଁ କାର୍ଯ୍ୟ କରିବାର ପଣ କରୁଥିଲେ, ତାହାକୁ ସଫଳତାର ସହ ଶେଷ କରୁଥିଲେ। ବିଶେଷକରି ଗ୍ରାମାଂଚଳର ଶିକ୍ଷାନୁଷ୍ଠାନ ଗଢିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଚରମ୍ପା କଲେଜ, ଚଣ୍ଡିଗାଁ ଓ ଜଇରାମପୁର ସ୍କୁଲ ତାଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠା ଲାଭ କରିପାରିଥିଲା ବୋଲି ଆୟୋଜିତ ସଭାରେ ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ସଭାରେ ବରିଷ୍ଠ ନାଗରିକ ମହାସଂଘ, ଭଦ୍ରକର ସଭାପତି ଲଲାଟେନ୍ଦୁ ମହାନ୍ତି, ସଂପାଦକ କୈଳାସ ଚନ୍ଦ୍ର ମହାପାତ୍ର, ସମାଜସେବୀ ଏସ.ଏମ ଫାରୁକ, ବିଜେଡି ବ୍ଲକ୍ ସଭାପତି ପ୍ରଫୁଲ୍ଲ ନାୟକ, ସମିତି ସଭ୍ୟ ରାଜେନ୍ଦ୍ର ପାଣି, ରାଜକିଶୋର ଦାସ, ରଂଜନ ନାୟକ, ଶରତ ମହାନ୍ତି, ଲକ୍ଷ୍ମୀ ନାୟକ, ନିରୋଦ ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ମହାନ୍ତି ଜଣେ ସାଧାରଣ ମଣିଷଙ୍କ ଭଳି ବିରଳ ନେତା ଥିଲେ ବୋଲି ପ୍ରକାଶ କରିଥିଲେ। ତାଙ୍କର ପୁତ୍ର ତଥା ବିଶିଷ୍ଟ ସମାଜସେବୀ ଭଦ୍ରକ ଲାୟନ୍ସ କ୍ଲବ୍‌ର ସଭାପତି ଅଶୋକ ମହାନ୍ତି ଅତିଥି ପରିଚୟ ଦେଇଥିବାବେଳେ ଆଶିଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande