ଭୁବନେଶ୍ୱରରେ ହେବ ଇଣ୍ଡିଆନ ରୋଡ୍‌ କଂଗ୍ରେସର ୮୪ତମ ଅଧିବେଶନ
ଭୁବନେଶ୍ୱର, 23 ଅକ୍ଟୋବର (ହି.ସ.)- ଭୁବନେଶ୍ୱରରେ ଜନତା ମୈଦାନରେ ହେବ ଇଣ୍ଡିଆନ ରୋଡ କଂଗ୍ରେସ 2025 ର 84ତମ ବାର୍ଷିକ ଅଧିବେଶନ । ନଭେମ୍ବର 7 ରୁ 10 ତାରିଖ ପର୍ଯ୍ୟନ୍ତ ହେବ ଅଧିବେଶନ । ଓଡିଶା ଗସ୍ତରେ ଆସି ଇଣ୍ଡିଆନ ରୋଡ଼ କଂଗ୍ରେସ ଅଧିବେଶନରେ ଯୋଗ ଦେବେ କେନ୍ଦ୍ର ସଡକ ଓ ପର
ଭୁବନେଶ୍ୱରରେ ହେବ ଇଣ୍ଡିଆନ     ରୋଡ୍‌ କଂଗ୍ରେସର ୮୪ତମ ଅଧିବେଶନ


ଭୁବନେଶ୍ୱର, 23 ଅକ୍ଟୋବର (ହି.ସ.)- ଭୁବନେଶ୍ୱରରେ

ଜନତା ମୈଦାନରେ ହେବ ଇଣ୍ଡିଆନ ରୋଡ କଂଗ୍ରେସ 2025 ର 84ତମ ବାର୍ଷିକ ଅଧିବେଶନ । ନଭେମ୍ବର 7 ରୁ 10 ତାରିଖ ପର୍ଯ୍ୟନ୍ତ ହେବ ଅଧିବେଶନ ।

ଓଡିଶା ଗସ୍ତରେ ଆସି ଇଣ୍ଡିଆନ

ରୋଡ଼ କଂଗ୍ରେସ ଅଧିବେଶନରେ ଯୋଗ ଦେବେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି । ଏହି

କାର୍ଯ୍ୟକ୍ରମରେ ଦେଶବ୍ୟାପୀ ପ୍ରାୟ ଦୁଇ ହଜାର ଆଇଆରସିପ୍ରତିନିଧିଙ୍କ ଯୋଗଦାନ ସହିତ ଅନେକ ଭିଭିଆଇପିଏବଂ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ ।

ଓଡ଼ିଶା ୧୯୫୪, ୧୯୮୨, ୧୯୯୪, ୨୦୦୫ ଏବଂ ୨୦୧୫ରେ ସଫଳତାର

ସହିତ ୫ଟି ଆଇଆରସିଅଧିବେଶନ ଆୟୋଜନ କରି ଷଷ୍ଠ

ଥର ପାଇଁ ଆଇଆରସିର ବାର୍ଷିକ ଅଧିବେଶନ ଆୟୋଜନ କରିବ ।

ଏହି ଅଧିବେଶନରେ ରାସ୍ତା

ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତିବିଦ୍ୟା ସହ ପର୍ଯ୍ୟଟନ, ଶିଳ୍ପ, ଖଣି, ହସ୍ତଶିଳ୍ପ ଏବଂ ହସ୍ତତନ୍ତ, କୃଷି ଇତ୍ୟାଦି

ବିଭିନ୍ନ କ୍ଷେତ୍ରରେ ଓଡ଼ିଶାକୁ ଅଭିବୃଦ୍ଧିର ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ଉପସ୍ଥାପନ କରାଯିବ ।

ଅଧିବେଶନ ପରିଚାଳନା ପାଇଁ ଅଧିବେଶନର 18ଟି କମିଟି ଗଠନ କରାଯାଇଛି ।

ରାଜ୍ୟ ବାହାର

ପ୍ରତିନିଧିମାନଙ୍କ ରହଣି ପାଇଁ ଓଟିଡିସିଦ୍ୱାରା

ଭୁବନେଶ୍ୱରର ୯୦୦ ହୋଟେଲ ରୁମ ଚିହ୍ନଟ

କରାଯାଇଛି। ଏହା ବ୍ୟତୀତ, ସ୍ଥାନ ନିକଟରେ ଅବସ୍ଥିତ ବିଭିନ୍ନ ହୋଟେଲରେ ୧୫୦ ଟି

ରୁମ ଭିଭିଆଇପି,ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଆଇଆରସିର ଅଧିକାରୀଙ୍କ ରହଣି

ପାଇଁ ସଂରକ୍ଷିତ କରାଯାଇଛି ।

ଆଇଆଇଟିଭୁବନେଶ୍ୱର, ଏନଆଇଟିରାଉରକେଲା ଭଳି ପ୍ରମୁଖ ବୈଷୟିକ ପ୍ରତିଷ୍ଠାନର ପ୍ରମୁଖ ଶିକ୍ଷାବିତ୍/

ପ୍ରଫେସର/ ବିଦ୍ୱାନମାନଙ୍କୁ ସଡ଼କ କ୍ଷେତ୍ରରେ ବର୍ତ୍ତମାନର ପଦକ୍ଷେପ, ସଡ଼କ ପ୍ରକଳ୍ପର ସଫଳତାର କାହାଣୀ, ବ୍ୟବହାରକାରୀଙ୍କ ଲାଭ ପାଇଁ

ଗ୍ରହଣ କରାଯାଇଥିବା ଅଭିନବ ଧାରଣା,ସଡ଼କ ସୁରକ୍ଷାରେ ଉନ୍ନତି, ଆଇଆରସିକୋଡ୍ ବ୍ୟବହାରର ଅଭିଜ୍ଞତା ସ୍ମାରକୀ ପାଇଁ ଲେଖା ଦାଖଲ

କରିବାକୁ ଅନୁରୋଧ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande