ମନ୍ଦିରରେ ଥିବା ନାଗ ମୂର୍ତି ସଫେଇ କାର୍ଯ୍ୟ କଲେ ସେବା ପ୍ରତିନିଧି
ଖୋର୍ଦ୍ଧା, ୨୪ ଅକ୍ଟୋବର(ହି.ସ.) – ହିନ୍ଦୁ ପରମ୍ପରାରେ ସାଧାରଣ ଭାବରେ ବିବାହିତ ମହିଳାମାନେ ନାଗ ଚତୁର୍ଥୀ ବ୍ରତ ପାଳନ କରିଥାଆନ୍ତି।ନାଗ ଚତୁର୍ଥୀ କାର୍ତିକ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପଡେ। ଏଥିରେ ସ୍ତ୍ରୀ ଲୋକମାନେ ସ୍ୱାମୀ ଓ ସନ୍ତାନମାନଙ୍କର ରାହୁ ଓ କେତୁ ଜନିତ ଗ୍ରହ ପୀଡାରୁ ରକ୍ଷା ପାଇ
ମନ୍ଦିରରେ ଥିବା ନାଗ ମୂର୍ତି ସଫେଇ କାର୍ଯ୍ୟ କଲେ ସେବା ପ୍ରତିନିଧି


ଖୋର୍ଦ୍ଧା, ୨୪ ଅକ୍ଟୋବର(ହି.ସ.) – ହିନ୍ଦୁ ପରମ୍ପରାରେ ସାଧାରଣ ଭାବରେ ବିବାହିତ ମହିଳାମାନେ ନାଗ ଚତୁର୍ଥୀ ବ୍ରତ ପାଳନ କରିଥାଆନ୍ତି।ନାଗ ଚତୁର୍ଥୀ କାର୍ତିକ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପଡେ। ଏଥିରେ ସ୍ତ୍ରୀ ଲୋକମାନେ ସ୍ୱାମୀ ଓ ସନ୍ତାନମାନଙ୍କର ରାହୁ ଓ କେତୁ ଜନିତ ଗ୍ରହ ପୀଡାରୁ ରକ୍ଷା ପାଇବା ପାଇଁ ନାଗ ଦେବତାଙ୍କ ପୂଜା କରି ବ୍ରତ ପାଳିଥାଆନ୍ତି। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ପୂର୍ବରୁ ଲିଙ୍ଗ ଉପରେ ପୂଜା ପାଉଥିବା ନାଗଙ୍କୁ ନେଇ ସେବକମାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ଯୋଗୁଁ କୋର୍ଟରେ ମକଦ୍ଦମା ଚାଲିଛି। ତେଣୁ ନାଗ ଆଉ ପୂଜା ପାଉନାହାନ୍ତି। କିନ୍ତୁ କପିଳେଶ୍ୱରର କପିଳନାଥଙ୍କ ନିକଟରେ ମାନସିକଧାରୀମାନେ କପିଳନାଥଙ୍କୁ ନାଗ ଚଢାଉଛନ୍ତି। ତାହା ବେଢା ଭିତରେ ଥିବା ଶନି ମନ୍ଦିରଠାରେ ଏକ ସ୍ୱତନ୍ତ୍ର ଚଉତରା ଉପରେ ସୁସଜ୍ଜିତ ଭାବରେ ସ୍ଥାନ ପାଇଛନ୍ତି। ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ କପିଳେଶ୍ୱରର କପିଳନାଥଙ୍କ ବେଢା ସଫା କରିବା ସହିତ ସେଠାରେ ଥିବା ନାଗ ଦେବତାଙ୍କୁ ସଫା କରାଯାଇଥିଲା। ଦୁଃଖ ଓ ପରିତାପର ବିଷୟ,ପୂର୍ବ ସରକାର କପିଳେଶ୍ୱରର କପିଳନାଥଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ସାମନ୍ତରାପୁରରୁ ଏକ ସ୍ୱତନ୍ତ୍ର ରାସ୍ତା କୋଟି କୋଟି ଟଙ୍କା ମଞ୍ଜୁର କରିଥିଲେ।ଏପରିକି ସ୍ୱତନ୍ତ୍ର ରାସ୍ତା କାର୍ଯ୍ୟ ପାଇଁ କିଛି ଜମି ଅଧିଗ୍ରହଣ କରିଥିବା ବେଳେ ବର୍ତମାନ ସୁଦ୍ଧା ଅନେକ ଜମି ଅଧିଗ୍ରହଣ ହୋଇ ପାରିନାହିଁ। କାମ ଅସମ୍ପୂର୍ଣ୍ଣ ଅବସ୍ଥାରେ ଅଦ୍ୟାବଧି ପଡିରହିଛି। ଏହି କାମକୁ ନେଇ ଅଶାନ୍ତି ଓ ଅସନ୍ତୋଷ ହେଉଥିବାରୁ ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ ସାମନ୍ତରାପୁରରେ ରାସ୍ତା ରୋକ ଆନ୍ଦୋଳନ କରିଥିଲେ। ସେଥିରେ ଶତାଧିକ ଅଂଚଳବାସୀ ଯୋଗ ଦେଇଥିଲେ। ତାହାର କୌଣସି ସୁଫଳ ଏଯାବତ୍ ମିଳି ନାହିଁ।ନିକଟ ଅତୀତରେ ପୁଣି ଜନ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ତେଣୁ ଏଦିଗରେ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଶ୍ରୀ ମିଶ୍ରଙ୍କ ସମେତ ଅଶୋକ କୁମାର ମହାରଣା, ତାରା ଚରଣ ଆଚାର୍ଯ୍ୟ, ବାଗଲା ମଲିଆ, ପୂର୍ଣ୍ଣଚନ୍ଦ୍ର ଖୁଂଟିଆ, ସୀତା ରାଉତ, ନୟନୀ ବେହେରା, ସ୍ନେହଲତା ମହାପାତ୍ର, ବର୍ଣ୍ଣମାଳା ପ୍ରମୁଖ ଦାବୀ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ରାକେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande