
ଜୟପୁର, ୨୪ ଅକ୍ଟୋବର (ହି.ସ.) - ସଂସାରର ମଙ୍ଗଳକାମନା କରି ଜୟପୁର କିନ୍ନର ସଂଘ ପକ୍ଷରୁ ଇଷ୍ଟଦେବୀ ମୁର୍ଗୀ ମାତାଙ୍କୁ କାଳୀପୂଜା ଠାରୁ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଅବସରରେ ବାଇପାସ ରୋଡ ସାଗର କୁଳରେ କିନ୍ନର ମାନେ ମୁର୍ଗୀମାତାଙ୍କୁ ଆବାହନ କରି ପୂଜାର୍ଚ୍ଚନା କରିଥିଲେ। ପ୍ରତିଦିନ ଛୋଟ ଛୋଟ ପିଲାମାନଙ୍କୁ ଖାଇବାକୁ ଦେଇ ସେମାନେ ତାଙ୍କ ଇଷ୍ଟଦେବତା ମୁର୍ଗୀମାତାଙ୍କୁ ପୂଜାର୍ଚ୍ଚନା କରୁଛନ୍ତି। ଏହି ପୂଜାରେ ଜୟପୁରର ସମସ୍ତ କିନ୍ନର ମାନେ ଉପସ୍ଥିତ ରହି ଠାକୁରଙ୍କ ଆର୍ଶିବାଦ ପ୍ରାପ୍ତ କରିଥାନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି