ନାବାଳିକାକୁ ଅପହରଣ ମାମଲାରେ ଜଣେ ଗିରଫ
ଜୟପୁର, ୨୪ ଅକ୍ଟୋବର (ହି.ସ.) - ଜୟପୁର ଅଂଚଳର ଜଣେ ନାବାଳିକାକୁ ଅପହରଣ କରିଥିବା ମାମଲାରେ ଆଜି ଜୟପୁର ଟାଉନ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଖ୍ରୀଷ୍ଟିଆନପେଟା ୪ର୍ଥ ଲାଇନର ସୁଜେଲ ଗୋଲାପ(୧୯)। ଗତ ଅକ୍ଟୋବର ୮ ତାରିଖରେ ସୁଜେଲ ନାବାଳିକାକୁ ଅପହରଣ କରି ନେ
ନାବାଳିକାକୁ ଅପହରଣ ମାମଲାରେ ଜଣେ ଗିରଫ


ଜୟପୁର, ୨୪ ଅକ୍ଟୋବର (ହି.ସ.) - ଜୟପୁର ଅଂଚଳର ଜଣେ ନାବାଳିକାକୁ ଅପହରଣ କରିଥିବା ମାମଲାରେ ଆଜି ଜୟପୁର ଟାଉନ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଖ୍ରୀଷ୍ଟିଆନପେଟା ୪ର୍ଥ ଲାଇନର ସୁଜେଲ ଗୋଲାପ(୧୯)। ଗତ ଅକ୍ଟୋବର ୮ ତାରିଖରେ ସୁଜେଲ ନାବାଳିକାକୁ ଅପହରଣ କରି ନେଇଥିବା ନେଇ ଝିଅ ଘର ଥାନାରେ ଏତଲା ଦେବା ପରେ ଟାଉନପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି ଏସଆଇ ରାଜେନ୍ଦ୍ର ପାଙ୍ଗି ଅଭିଯୁକ୍ତ ସୁଜେଲ ଗୋଲାପକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande