
କେନ୍ଦ୍ରାପଡ଼ା, ୨୪ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡ଼ା ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଯାଇଅଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଆଦ୍ୟାରଶ୍ମି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଡାକ୍ତର ଦେବାଶିଷ ମିଶ୍ର କର୍କଟ ରୋଗ ବିଶେଷଜ୍ଞ ସମ୍ ଅଲ୍ଟିମେଟ୍ ଭୁବନେଶ୍ୱର ପ୍ରତଷ୍ଠାନର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ସ୍ତନ କର୍କଟ ରୋଗର କାରଣ ଲକ୍ଷଣ ଓ ପ୍ରତିକାର ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ। ପରେପରେ ପିଲାମାନେ ବିଭିନ୍ନ ପ୍ରଶ୍ନ ଶ୍ରୀ ମିଶ୍ରଙ୍କୁ ପଚାରିଥିଲେ,ଏହି କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ୍ର କାଉନସିଲର ପ୍ରଶାନ୍ତ ବେହେରା ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି