
ଭୁବନେଶ୍ୱର, 24 ଅକ୍ଟୋବର (ହି.ସ.)- ବିଦ୍ୟାର୍ଥୀଙ୍କ
ଶିକ୍ଷାରେ ଗୁଣବତ୍ତା ବଢାଇବା ନିମନ୍ତେ ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ପଞ୍ଚମ ଓ ଅଷ୍ଟମ
ଶ୍ରେଣୀରେ ସପ୍ଲିମେଣ୍ଟାରି ପରୀକ୍ଷା ଅନୁଷ୍ଠିତ ହେବ। ମୁଖ୍ୟ ପରୀକ୍ଷାରେ ବିଫଳ ହେଲେ ପୁନଃ
ସପ୍ଲିମେଣ୍ଟାରି ପରୀକ୍ଷା ଦେବାପାଇଁ ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିବ। ଏହାକୁ କେନ୍ଦ୍ର କରି
ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ଗାଇଡ୍ଲାଇନ୍ ଜାରି କରାଯାଇଛି। ଏହି ପରିବର୍ତ୍ତନ ଦ୍ୱାରା
ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ କ୍ଷମତା ବଢ଼ାଇବା ସହ ସେମାନଙ୍କ
ମୌଳିକ ଶିକ୍ଷା ଦକ୍ଷତା ମଧ୍ୟ ବୃଦ୍ଧି ପାଇବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା