ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା : ମାଲକାନଗିରି ଜିଲ୍ଲାର ପଡିଆରେ ସର୍ବାଧିକ ୫୦.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୨୪ ଅକ୍ଟୋବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ମାଲକାନଗିରି ଜିଲ୍ଲାର ପଡିଆରେ ସର୍ବାଧିକ ୫୦.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାରେ ୪୧.୦ ମି.ମି., ରାୟଗଡ଼ା ଜିଲ୍ଲାର କୋଲନାରାରେ ୪୦
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା : ମାଲକାନଗିରି ଜିଲ୍ଲାର ପଡିଆରେ ସର୍ବାଧିକ ୫୦.୦ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୨୪ ଅକ୍ଟୋବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ମାଲକାନଗିରି ଜିଲ୍ଲାର ପଡିଆରେ ସର୍ବାଧିକ ୫୦.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାରେ ୪୧.୦ ମି.ମି., ରାୟଗଡ଼ା ଜିଲ୍ଲାର କୋଲନାରାରେ ୪୦.୧ ମି.ମି., ନବରଙ୍ଗପୁର ଜିଲ୍ଲାର ଡାବୁଗାଁରେ ୩୦.୨ ମି.ମି., ଗଞ୍ଜାମ ଜିଲ୍ଲାର ମାଧବରିଡ଼ାରେ ୨୯.୨ ମି.ମି., କୋରାପୁଟ ଜିଲ୍ଲାର ପଟାଙ୍ଗିରେ ୨୭.୨ ମି.ମି., ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଂଟିରେ ୨୪.୦ ମି.ମି., କୋରାପୁଟ ଜିଲ୍ଲାର ବନ୍ଧୁଗାଁରେ ୨୩.୦ ମି.ମି., ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ୧୭.୦ ମି.ମି., ରାୟଗଡ଼ା ଜିଲ୍ଲାର ରାୟଗଡ଼ାରେ ୧୬.୩ ମି.ମି., ରାୟଗଡ଼ା ଜିଲ୍ଲାର ରାୟଗଡ଼ା(ପିଟିଓ)ରେ ୧୬.୨ ମି.ମି., ଗଞ୍ଜାମ ଜିଲ୍ଲାର ଚିକିଟିରେ ୧୫.୦ ମି.ମି. ଏବଂ ରାୟଗଡ଼ା ଜିଲ୍ଲାର କୋଟ୍ରାଗୁଡ଼ାରେ ୧୨.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande