
ଭୁବନେଶ୍ୱର, 26 ଅକ୍ଟୋବର (ହି.ସ.) ଆରଟିଓ-୨ ଭୁବନେଶ୍ୱର ଏବଂ ଜଟଣୀ ପୋଲିସ ସହ ମିଳିତ ଭାବେ ଆଇଆଇଟି ଭୁବନେଶ୍ୱରର ଏନଏସଏସ ଦଳ ଆଜି ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଚଳାଇଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୫୦ ଜଣ ଏନଏସଏସ ଛାତ୍ରଛାତ୍ରୀ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ |
ଏହି ଅବସରରେ, ଅନ୍ୟମାନଙ୍କ ମଧ୍ୟରେ, ମୋଟର ଯାନ ଇନ୍ସପେକ୍ଟର, ଆରଟିଓ-୨ ଭୁବନେଶ୍ୱର ଶ୍ରୀ ରବୀନ୍ଦ୍ର ନାଥ ଜେନା; ଆଇଆଇସି ଜଟଣୀ ଶ୍ରୀ ଷ୍ଟାଲିନ ବିଶ୍ୱାଳ; ଟ୍ରାଫିକ୍ ଇନ୍ସପେକ୍ଟର, ଆରଟିଓ ଭୁବନେଶ୍ୱର ଶ୍ରୀ ସୁମନ୍ତ ପାତ୍ର; ଆଇଆଇଟି ଭୁବନେଶ୍ୱରର ଅଧ୍ୟକ୍ଷ- ଭିତ୍ତିଭୂମି ପ୍ରଫେସର ଶରତ ଚନ୍ଦ୍ର ପଣ୍ଡା ଏବଂ ଏନଏସଏସ ସଂଯୋଜକ ଡକ୍ଟର ସାଇଭାଇ ବାଥୁଲା ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା