
ଭଦ୍ରକ, ୨୬ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ସୋହଡା ପଂଚାୟତ ରେ ପିତେଇପୁର ଗ୍ରାମର ଜଣେ ବିବାହିତ ମହିଳା ଓ ସେହି ଗ୍ରାମର ଅନ୍ୟ ଜଣେ ବିବାହିତ ପୁରୁଷ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନେଇ ଗ୍ରାମରେ ଉତେଜନା ଦେଖାଦେଇ ଥିଲା ।ଏପରି କି ଗୋଟିଏ ବସ୍ତି ରେ ବ୍ୟାପକ ଭଙ୍ଗାରୁଜା କରାଯାଇ ଥିଲା। ଏ ନେଇ ଗ୍ରାମରେ ଉତେଜନା କୁ ନେଇ ବ୍ୟାପକ ପୋଲିସ ମଧ୍ୟ ମୃତୟନ କରା ଯାଇଥିଲା। ତେବେ ଉକ୍ତ ଗ୍ରାମ ର ଜୈନିକ ବିବାହିତ ମହିଳା ଙ୍କୁ ସେହି ଗ୍ରାମ ର ଅନ୍ୟ ସମ୍ପ୍ରଦାୟ ର ଜଣେ ବିବାହିତ ମହିଳା ଚଳିତ ମାସ ୧୮ ତାରିଖ ରେ ନେଇ ଫେରାର ହୋଇ ଯାଇଥିଲେ । ଏ ନେଇ ଉକ୍ତ ଗ୍ରାମର ଉତେଜନା ଦେଖା ଦେଇଥିଲା।ତେବେ ବିବାହିତ ମହିଳା ଙ୍କ ସ୍ୱାମୀ ସ୍ତ୍ରୀ ର ନିଖୋଜ ନେଇ ଧାମନଗର ଥାନା ରେ ଅଭିଯୋଗ ପରେ ପୋଲିସ ନିଖୋଜ ମାମଲା ୧୩୧/୨୫ ରେ ମାମଲା ରୁଜୁ କରିଥିଲେ।ସେହିପରି ଗ୍ରାମ ର ଭଙ୍ଗାରୁଜାନେଇ କେଶ ନମ୍ବର ୩୯୮/୨୫ ରେ ମଧ୍ୟ ମାମଲା ରୁଜୁକରା ଯାଇଚି।ତେବେ ନିଖୋଜ ମହିଳା ଓ ତାଙ୍କ ପ୍ରେମିକ କୁ ଉଦ୍ଧାର ପାଇଁ ଭଦ୍ରକ ଏସ ପି ଙ୍କ ନିର୍ଦ୍ଦେଶ କ୍ରମେ ଧାମନଗର ଥାନା ରେ ଅଫିସର ଙ୍କୁ ନେଇ ଦୁଇଟି ଟିମି କରାଯାଇ ମହିଳା ଓ ପୁରୁଷ ଙ୍କୁ ତାମିଲନାଡୁ ର ପିରିପୂର ରୁ ଉଦ୍ଧାର କରା ଯାଇଚି।ଯେହେତୁ ମହିଳା ଙ୍କୁ ପରିବାର ଲୋକ ଗ୍ରହଣ କରୁ ନାହାନ୍ତି ତେଣୁ ସେ ମହିଳା ଙ୍କୁ ଭଦ୍ରକ ସ୍ଥିତ ଆସିୟାନା ରେ ରଖା ଯାଇଥିବା ବେଳେ ପ୍ରେମିକ କୁ ଭଣ୍ଡାରିପୋଖରୀ ଥାନାରେ ରଖାଯାଇ ପୋଲିସ ଘଟଣା ର ତଦନ୍ତ କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ