
ଭଦ୍ରକ, ୨୬ ଅକ୍ଟୋବର (ହି.ସ.) - ମହାବୀର ଏଂଟରଟେନମେଂଟ ଦ୍ୱାରା ପ୍ରଥମ ଥର ପାଇଁ ଏକ ନୂତନ ମନୋରଞ୍ଜନମୟ ଅଭିନବ କାର୍ଯ୍ୟକ୍ରମ “ଟେରୁ ନନାଙ୍କ ଛୁଙ୍କ” ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦର୍ଶକମାନେ ବିଭିନ୍ନ ପ୍ରକାର କମେଡି, ମନୋରଞ୍ଜନ ଓ ସାମାଜିକ ସନ୍ଦେଶ ଭରା ଆୟୋଜନ ଦେଖିପାରିବେ। ସ୍ଥାନୀୟ ଅଂଚଳର ନୂଆ ଓ ଉଦିୟମାନ କଳାକାରମାନଙ୍କୁ ସୁଯୋଗ ଦେବା ଉଦ୍ଦେଶ୍ୟରେ ରବିବାର ଏହାର ପ୍ରଥମ ସୁଟିଂ ରାଧାବଲ୍ଲଭପୁର ପଂଚାୟତର ଷୋଳଗାଁରେ ସଫଳତାର ସହିତ ଆରମ୍ଭ ହୋଇଛି। ଗାଁର ସୁନ୍ଦର ପରିବେଶ ଓ ଲୋକମାନଙ୍କ ସହଯୋଗରେ ସୁଟିଂ ପରିବେଶ ଆକର୍ଷଣୀୟ ହୋଇଛି। ଏହି କାର୍ଯ୍ୟକ୍ରମକୁ ନିର୍ଦ୍ଦେଶନା ଦେଇଛନ୍ତି ଆସୁତୁଷ ବାରିକ, ପ୍ରଡ୍ୟୁସର ନିରାକାର ପଣ୍ଡା, ଓ ସ୍କ୍ରିପ୍ଟ ଲେଖକ ଟେରୁ ଭାଇ ଅଟନ୍ତି। ଦର୍ଶକମାନେ ଶିଘ୍ର ହିଁ “ଟେରୁ ନନାଙ୍କ ଛୁଙ୍କ” ଯୁଟ୍ୟୁବରେ ଦେଖିପାରିବେ। ସ୍ଥାନୀୟ କଳାକାରଙ୍କ ପ୍ରତିଭାକୁ ପ୍ରଚାର ଓ ପ୍ରସାର ଦେବାରେ ଏହି ପ୍ରୟାସ ନିଶ୍ଚୟ ଏକ ସକାରାତ୍ମକ ପଦକ୍ଷେପ ବୋଲି ଅଂଚଳବାସୀ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ