ପୋଲିସ ଟିମ୍ ର କାର୍ - ଟ୍ରକ ଧକ୍କା : ଦୁଇ ମୃତ, ଜଣେ ହେଡ୍ କନେଷ୍ଟବଳଙ୍କ ସମେତ ୫ ଆହତ
ଆଗ୍ରା, ୨୬ ଅକ୍ଟୋବର (ହି.ସ.) । ଉତର ପ୍ରଦେଶ ଆଗ୍ରାର ନିବୋହରା ଥାନାର ଏକ ପୋଲିସ ଟିମ୍ ଏକ ନିଖୋଜ ମାମଲାର ତଦନ୍ତ କରି ରାଜସ୍ଥାନରୁ ଫେରୁଥିଲା । ଆଗ୍ରା-ଜୟପୁର ରାଜପଥରେ ପୋଲିସ ଟିମ୍ ର ପ୍ରାଇଭେଟ୍ କାର ଏକ ଟ୍ରକ ସହିତ ଧକ୍କା ହେବା ଫଳରେ ଡ୍ରାଇଭର ଏବଂ ହେଡ୍ କନେଷ୍ଟବଳଙ୍କ ମୃତ୍ୟୁ ହୋଇଥିଲା । ଟିମ୍
ପୋଲିସ ଟିମ୍ ର କାର୍ - ଟ୍ରକ ଧକ୍କା : ଦୁଇ ମୃତ, ଜଣେ ହେଡ୍ କନେଷ୍ଟବଳଙ୍କ ସମେତ ୫ ଆହତ


ଆଗ୍ରା, ୨୬ ଅକ୍ଟୋବର (ହି.ସ.) । ଉତର ପ୍ରଦେଶ ଆଗ୍ରାର ନିବୋହରା ଥାନାର ଏକ ପୋଲିସ ଟିମ୍ ଏକ ନିଖୋଜ ମାମଲାର ତଦନ୍ତ କରି ରାଜସ୍ଥାନରୁ ଫେରୁଥିଲା । ଆଗ୍ରା-ଜୟପୁର ରାଜପଥରେ ପୋଲିସ ଟିମ୍ ର ପ୍ରାଇଭେଟ୍ କାର ଏକ ଟ୍ରକ ସହିତ ଧକ୍କା ହେବା ଫଳରେ ଡ୍ରାଇଭର ଏବଂ ହେଡ୍ କନେଷ୍ଟବଳଙ୍କ ମୃତ୍ୟୁ ହୋଇଥିଲା । ଟିମ୍ ର ସବ-ଇନ୍ସପେକ୍ଟର ଗୌରବ କୁମାର ଏବଂ ପୀଡିତଙ୍କ ପରିବାରର ସଦସ୍ୟଙ୍କ ସମେତ ପାଂଚ ଜଣ ଗୁରୁତର ଆହତ ହୋଇଥିଲେ ।

ରବିବାର ସକାଳ ପ୍ରାୟ ୬ଟା ସମୟରେ, ଆଗ୍ରାର ଫତେପୁର ସିକ୍ରି ଥାନା ଅନ୍ତର୍ଗତ ଚୌମାନଶାହପୁର ଗ୍ରାମର ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଜୟପୁର ରାଜପଥରେ ଠିଆ ହୋଇଥିବା ଏକ ଟ୍ରକ ସହିତ କାର୍ ଟି ଧକ୍କା ହୋଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ, କାରଟି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା, ଯାହା ଫଳରେ ଘଟଣାସ୍ଥଳରେ ବ୍ୟାପକ ଆତଙ୍କ ସୃଷ୍ଟି ହୋଇଥିଲା । ଦୁର୍ଘଟଣାରେ ହେଡ୍ କନେଷ୍ଟବଳ ଗୌରବ ପ୍ରତାପ ସିଂହ ଏବଂ ଡ୍ରାଇଭର ଦେବଙ୍କ ମୃତ୍ୟୁ ଘଟିଥିଲା । ସବ୍‌-ଇନ୍ସପେକ୍ଟର ଗୌରବ କୁମାରଙ୍କ ସମେତ ଅନ୍ୟ ପାଂଚ ଜଣ ଆହତ ହୋଇଥିଲେ ଏବଂ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତିକରାଯାଇଥିଲା । ପୋଲିସ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande