ରଫିୟାବାଦ ଜଙ୍ଗଲରୁ ପୁରୁଣା ଗୋଳା ଜବତ କଲା ସେନା, ବୋମା ନିରୋଧକ ଟିମ୍ ସୁରକ୍ଷିତ ଭାବେ କରାଗଲା ନଷ୍ଟ
ବାରମୂଳା, 26 ଅକ୍ଟୋବର (ହି.ସ.)- ଉତ୍ତର କାଶ୍ମୀରର ବାରାମୁଳା ଜିଲ୍ଲାର ରଫିଆବାଦ ଅଞ୍ଚଳର ଡୋଗରିପୋରା ଜଙ୍ଗଲ ଅଞ୍ଚଳରେ ତଲାସୀ ଅଭିଯାନ ସମୟରେ ସେନା ଦୁଇଟି ପୁରୁଣା ବିସ୍ଫୋରକ ଗୋଳା ଜବତ କରିଛି। ଅଧିକାରୀମାନେ କହିଛନ୍ତି ଯେ, ପରେ ବୋମା ନିରୋଧକ ଦଳଏହି ଗୋଲାଗୁଡ଼ିକୁ ସୁରକ୍ଷିତ
ରଫିୟାବାଦ ଜଙ୍ଗଲରୁ     ପୁରୁଣା ଗୋଳା ଜବତ କଲା ସେନା, ବୋମା ନିରୋଧକ ଟିମ୍ ସୁରକ୍ଷିତ ଭାବେ କରାଗଲା ନଷ୍ଟ


ବାରମୂଳା, 26 ଅକ୍ଟୋବର (ହି.ସ.)- ଉତ୍ତର

କାଶ୍ମୀରର ବାରାମୁଳା ଜିଲ୍ଲାର ରଫିଆବାଦ ଅଞ୍ଚଳର ଡୋଗରିପୋରା ଜଙ୍ଗଲ ଅଞ୍ଚଳରେ ତଲାସୀ ଅଭିଯାନ

ସମୟରେ ସେନା ଦୁଇଟି ପୁରୁଣା ବିସ୍ଫୋରକ ଗୋଳା ଜବତ କରିଛି। ଅଧିକାରୀମାନେ କହିଛନ୍ତି ଯେ, ପରେ ବୋମା ନିରୋଧକ ଦଳଏହି ଗୋଲାଗୁଡ଼ିକୁ ସୁରକ୍ଷିତ ଭାବେ ନଷ୍ଟ କରିଦେଇଛି।

ରକ୍ଷା ସୂତ୍ର ଅନୁସାରେ, ୩୨ ନାସନାଲ ରାଇଫଲ୍ସର ଯବାନମାନେ ଡୋଗରିପୋରା ଜଙ୍ଗଲ ଅଞ୍ଚଳରେ

ସାଧାରଣ ତଲାସୀ ସମୟରେ ଦୁଇଟି ସନ୍ଦିଗ୍ଧ ଧାତୁ ଜିନିଷ ଚିହ୍ନଟ କରିଥିଲେ। ଘଟଣାସ୍ଥଳକୁ ସତ୍ତ୍ୱର

ଘେରାବନ୍ଦି କରାଯାଇଥିଲା ଏବଂ ବୋମା ନିରୋଧକ ଦଳକୁ ବିସ୍ଫୋରକଗୁଡ଼ିକର ଯାଞ୍ଚ ଓ ନିଷ୍କ୍ରିୟ

କରିବା ପାଇଁ ଡାକା ହୋଇଥିଲା।

ଏହାର ଯାଂଚ ଓ ସୁରକ୍ଷା

ନୀତି ପାଳନ ପରେ, ବୋମା

ନିରୋଧକ ଦଳଦ୍ୱାରା ନିୟନ୍ତ୍ରିତ ବିସ୍ଫୋରଣ ମାଧ୍ୟମରେ ଦୁଇଟି ଗୋଲାକୁ ନଷ୍ଟ କରାଯାଇଥିଲା। ସମଗ୍ର

ଅଭିଯାନ କୌଣସି କ୍ଷତି କିମ୍ବା ଆହତ ବିନା ସଫଳତାର ସହିତ ସମାପ୍ତ ହୋଇଛି। ଜବତ ହୋଇଥିବା

ଗୋଲାଗୁଡ଼ିକ ପୁରୁଣା ଏବଂ ଯୁଦ୍ଧରେ ଲାଗୁଥିବା ଭଳି ପ୍ରତିତ ହେଉଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande