
ଭୁବନେଶ୍ୱର, 26 ଅକ୍ଟୋବର (ହି.ସ.)- ମୋଦିଙ୍କ 'ମନ କି ବାତ୍' କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା । ଓଡ଼ିଶାର କୋରାପୁଟ କଫି
ଅତ୍ୟନ୍ତ ସ୍ୱାଦିଷ୍ଟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । କୋରାପୁଟ କଫି ହେଉଛି ଓଡ଼ିଶାର ଗୌରବ
। ଚା'
ସହିତ କୋରାପୁଟ କଫି କଥା କହିଛନ୍ତି ମୋଦି । ଚାକିରି ଛାଡ଼ି କଫି
ଚାଷରେ ମନ ବଳାଉଛନ୍ତି ଅନେକ । କଫି ଚାଷରେ ମହିଳାଙ୍କ ସହଭାଗିତାକୁ ମୋଦି ପ୍ରଶଂସା କରିଛନ୍ତି ।
ଆଜିର ସମୟରେ କୋରାପୁଟ କଫିରୁ ବହୁ ଲାଭ ମିଳୁଛି ବୋଲି ମନ୍ କୀ ବାତରେ କହିଛନ୍ତି
ପ୍ରଧାନମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା