
ରାୟପୁର, 30 ଅକ୍ଟୋବର (ହି.ସ.)- । ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦି ନଭେମ୍ବର 1
ତାରିଖରେଛତିଶଗଡ଼ ଗସ୍ତରେରହିବେ। ସେନବ ରାୟପୁରରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରଉଦ୍ଘାଟନ କରିବେଏବଂ ଏହି ସମୟରେ ଜନତାଙ୍କ
ସହିତ ମଧ୍ୟ ସାକ୍ଷାତ୍ କରିବେ। ତାଙ୍କ ଏହି ଯାତ୍ରାଛତିଶଗଡ଼ର 25ତମ ସ୍ଥାପନା ଦିବସଉପଲକ୍ଷେ ହେଉଛି।
ରାଜ୍ୟୋତ୍ସବରେ
ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଂଶଗ୍ରହଣହେତୁ ଯାତାୟାତ ପୁଲିସ ବୁଧବାର ରାତିରେବିସ୍ତୃତ ଯାତାୟାତ ଏବଂ
ପାର୍କିଂ ଯୋଜନାଜାରି କରିଛି।
ପ୍ରଧାନମନ୍ତ୍ରୀଙ୍କ
କାର୍ଯ୍ୟକ୍ରମ ଦୃଷ୍ଟିରେ ଯାତାୟାତ ପୁଲିସନାଗରିକମାନେ ଏବଂ ପ୍ରମୁଖ ଅତିଥିମାନଙ୍କର ସୁରକ୍ଷିତ ଓ ସୁବିଧାଜନକ
ଯାତାୟାତପାଇଁ ବିଶେଷ ବ୍ୟବସ୍ଥା କରିଛି।ନବ ରାୟପୁରରେ ଯାତାୟାତ ଏବଂ ଯାନବାହନ ପାର୍କିଂ ପାଇଁ ମାର୍ଗ ଓ
ପାର୍କିଂ ସ୍ଥଳନିର୍ଦ୍ଧାରିତ କରାଯାଇଛି। ରାଜ୍ୟୋତ୍ସବ ସ୍ଥଳକୁ ପହଞ୍ଚୁଥିବା ଲୋକମାନଙ୍କ ସୁବିଧା ପାଇଁପହଞ୍ଚ ମାର୍ଗଗୁଡିକୁ
ଛଅଟି ଭାଗରେ ବିଭକ୍ତ କରାଯାଇଛି ଏବଂ ପ୍ରତ୍ୟେକ ରୁଟ୍ରେପାର୍କିଂ ସ୍ଥଳନିର୍ଦ୍ଧାରିତ
ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା