ଚାନ୍ଦବାଲି ବଣିକ ସଂଘ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ
ଭଦ୍ରକ, ୭ ଅକ୍ଟୋବର (ହି.ସ.) - ଏହି ଜିଲାର ଚାନ୍ଦବାଲି ବଣିକ ସଂଘ ପକ୍ଷରୁ ମା ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି।ଚାନ୍ଦବାଲି ମଧୁବାବୁ ଛକ ନିକଟରେ ବଣିକ ସଂଘ ପୂଜା କମିଟି ପକ୍ଷରୁ ମା ଗଜଲକ୍ଷ୍ମୀଙ୍କ ବିରାଟ ମୃର୍ତି ସହ ସୁନ୍ଧର ତୋରଣ ହୋଇଛି। ଏହି ପୂଜାବିଧି ତା ୦୬ ତାରିଖ ସୋମବାର ଠାରୁ ୧୦ ତାରିଖ
CHANDBALI BANKA SANGHA GAJALAXMI PUJA


ଭଦ୍ରକ, ୭ ଅକ୍ଟୋବର (ହି.ସ.) - ଏହି ଜିଲାର ଚାନ୍ଦବାଲି ବଣିକ ସଂଘ ପକ୍ଷରୁ ମା ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି।ଚାନ୍ଦବାଲି ମଧୁବାବୁ ଛକ ନିକଟରେ ବଣିକ ସଂଘ ପୂଜା କମିଟି ପକ୍ଷରୁ ମା ଗଜଲକ୍ଷ୍ମୀଙ୍କ ବିରାଟ ମୃର୍ତି ସହ ସୁନ୍ଧର ତୋରଣ ହୋଇଛି। ଏହି ପୂଜାବିଧି ତା ୦୬ ତାରିଖ ସୋମବାର ଠାରୁ ୧୦ ତାରିଖ ଶୁକୃବାର ପର୍ଯ୍ୟନ୍ତ ପାଳିତ ହେବ ବୋଲି ସଂଘର ସଭାପତି ଗୋପିରାମ ଅଗ୍ରୱାଲ ଓ ସମ୍ପାଦକ ସୁଶାନ୍ତ ବିଶ୍ୱାଳ ପ୍ରକାଶ କରିଛନ୍ତି।ଏଠାରେ ପ୍ରତି ଦିନ ପ୍ରସାଦ ସେବନ ସହ ହୋମଯଜ୍ଞ ଚାଲୁରହିଛି ଏବଂ ସାଂକୃତିକ କାଯ୍ୟ ମଧ୍ୟ ଆୟୋଜନ ହେବ। ଚାନ୍ଦବାଲି ମାର୍କେଟ ରେ ମା ଙ୍କର ଏକ ମାତ୍ର ମେଡ଼ ହେଉଥିବାରୁ ବହୁ ଶ୍ରଦ୍ଧାଳୁ ସମାଗମ ହେଉଥିବାର ଦେଖିବାକୁ ମିଳୁଛି।କମିଟିର ର ଅନ୍ୟ ସଦସ୍ୟ ମାନେ ଦମ୍ବରୁଧର ସାହୁ, ଭାରତଭୂଷଣ ରାୟ, ନିର ସାହୁ,ଲଷ୍ମୀକାନ୍ତ ପାଢ଼ୀ,ନିତ୍ୟ ପ୍ରକାଶ ବେହେରା, ଅରୁଣ ଅଗ୍ରୱାଲ, ମୟୁର ରଞ୍ଜନ ସାହୁ,ନିର୍ମଳ ତାଡ଼ୁ, ଅତିଶୀ ସାହୁ ,ମନୋଜ ଅଗ୍ରୱାଲ ସହଯୋଗ କରୁଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande