ରାଉରକେଲା, ୦୯ ଅକ୍ଟୋବର(ହି.ସ.) – ଆଜି ଆଇଟିଡିଏ ପ୍ରଶିକ୍ଷଣ ଓ ସମ୍ମିଳନୀ କକ୍ଷ ଠାରେ ଉପ- ଜିଲ୍ଲାପାଳ, ପାନପୋଷ ଶ୍ରୀ ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ପାନପୋଷ ଉପଖଣ୍ଡର ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମସ୍ତ ମହାବିଦ୍ୟାଳୟରେ ଥିବା ଭିତିଭୂମି ଓ ଉନ୍ନୟନ ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଥିଲା। ଏହା ସହ ମହାବିଦ୍ୟାଳୟ ପରିସରରେ ପରିସ୍କାର ପରିଚ୍ଛନ୍ନତା ଓ ଓଉଉ କମିଟି ବାବଦରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହା ସହ ସାମାଜିକ ସୁରକ୍ଷା ବିଭାଗର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନିମନ୍ତେ ଥିବା ବୃତି ବାବଦରେ ଉପଖଣ୍ଡସ୍ତରିୟ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମିନୁ ତାଣ୍ଡିଆ ସୂଚନା ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଭରତ ଗୁରୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ନିମନ୍ତେ ଥିବା ବୃତି ବାବଦରେ ସୂଚନା ପ୍ରଦାନ କଲେ। ଏହି ବୈଠକର ପରିଚାଳନାରେ ଦୁଇ ଉପ ବିଭାଗୀୟ ଅଧିକାରୀ ଶ୍ରୀ ଫଣିନ୍ଦ୍ର ଭୂଷଣ ସାହୁ ଓ ଶ୍ରୀମତୀ ଲକ୍ଷ୍ମୀ ତାଣ୍ଡିଆ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/କାଳୀପ୍ରସାଦ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ