ସୁବର୍ଣ୍ଣପୁର, 9 ଅକ୍ଟୋବର (ହି.ସ.)
ଅଦ୍ୟ ତା ୦୯.୧୦.୨୦୨୫ ପୂର୍ବାହ୍ନ ୧୦.୩୦ ଘଟିକା ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ଦିଶା ବୈଠକ ର ସାଂସଦ, ବଲାଙ୍ଗିର ଶ୍ରୀମତି ସଂଗୀତା କୁମାରୀ ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଦିଶା ବୈଠକରେ ମାନ୍ୟବର ବିଧାୟକ, ବୀରମହାରାଜପୁର ରଘୁନାଥ ଜଗଦଳା, ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁ, ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁର ଶ୍ରୀ ନାରାୟଣ ନାଏକ, ସୁବର୍ଣ୍ଣପୁର ଦିଶା କମିଟିର ସଦସ୍ୟ/ସଦସ୍ୟା ବୃନ୍ଦ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସୁବର୍ଣ୍ଣପୁର, ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର, ଶ୍ରୀମତି ଅଞଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର, ଉପ ଜିଲ୍ଲାପାଳ, ବୀରମହାରାଜପୁର, ସମସ୍ତ ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୃନ୍ଦ, ସମସ୍ତ ତହସିଲର ତହସିଲଦାର ବୃନ୍ଦଙ୍କ ସମେତ ଜିଲ୍ଲା ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ। ଡିଶା ବୈଠକର କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚିତ ହୋଇ ଜିଲ୍ଲାର ବିଭିନ୍ନ ବିଭାଗର ବିକାଶ ଓ ଉନ୍ନୟନ କାର୍ଯ୍ୟ ଗୁଡ଼ିକ ର ଅଗ୍ରଗତି ବିଷୟରେ ଆଲୋଚନା ଓ ପର୍ଯ୍ୟାଲୋଚାନା କରାଯାଇଥିଲା। ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା ସମାପ୍ତ ଘୋଷଣା କରାଯାଇଥିଲା
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ