ନିଜ କଥା ନିଜେ ବୁଝନ୍ତୁ ମମତା - ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର, ୦୯ ଅକ୍ଟୋବର (ହି.ସ)- ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ମମତା ଆଗେ ନିଜ କଥା ବୁଝନ୍ତୁ । କଟକରେ ଯାହା ଘଟିଥିଲା ସେଟା ଗୋଟେ ଦୁର୍ଘଟଣା ଥିଲା। କଟକର ପ
ନିଜ କଥା ନିଜେ ବୁଝନ୍ତୁ ମମତା - ପୃଥ୍ୱୀରାଜ ହରିଚନ୍ଦନ


ଭୁବନେଶ୍ୱର, ୦୯ ଅକ୍ଟୋବର (ହି.ସ)- ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ମମତା ଆଗେ ନିଜ କଥା ବୁଝନ୍ତୁ । କଟକରେ ଯାହା ଘଟିଥିଲା ସେଟା ଗୋଟେ ଦୁର୍ଘଟଣା ଥିଲା। କଟକର ପରିସ୍ଥିତି, ପାରିବେଶ ଆଗରୁ ଯେମିତି ଥିଲା ଏବେ ଶାନ୍ତ ଅଛି । ଶାନ୍ତ ଥିବା କଟକକୁ ମମତା ଯଦି ପବର୍ତାଇବାକୁ ଚାହିଁବେ ଏହା ଦୁର୍ଭାଗ୍ୟଜନକ। ପଶ୍ଚିମବଙ୍ଗରେ ଆଜି ଆଇନ ଶୃଙ୍ଖଳା ଧ୍ୱସ୍ତ ହୋଇଛି। ମମତାଙ୍କ ଠାରୁ ଟିପ୍ପଣୀ ଓଡ଼ିଶାବାସୀ ଆଶା କରୁନାହାନ୍ତି। ମମତା ଓଡ଼ିଶାକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି । ପଶ୍ଚିମବଙ୍ଗ ଠାରୁ ଆମେ କିଛି ଟିପ୍ପଣୀ ଆଶା କରୁନୁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ସୂଚନାଯୋଗ୍ୟ ଯେ କଟକ ଘଟଣା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି,କଟକ ଆଜି ଜଳୁଛି । କେମିତି ଆକ୍ରମଣ ହେଲା ତାହା ସମସ୍ତେ ଦେଖିଛନ୍ତି । ବିଜେପି ପାର୍ଟି କଟକରେ ସମ୍ପ୍ରଦାୟିକ ହିଂସା ଭିଆଇଛିା ବଜରଙ୍ଗ ଦଳ ଓ ବିଜେପି ଦେଶକୁ ଶେଷ କରି ଦେବେ । ଦୁଃଖର ସହ କହୁଛି ମୁଁ ବହୁତ ସରକାର ଦେଖିଛି କିନ୍ତୁ ଏମିତି ଅହଂକାରୀ ସରକାର ଦେଖିନି । ସେମାନେ ମନେ ରଖିବା ଦରକାର ଆଜି କ୍ଷମତା ଅଛି କାଲି କି ନଥିବ । କୌଣସି ଜିନିଷ ସ୍ଥାୟୀ ନୁହେଁ ବୋଲି ମମତା କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande