ଘର ଭିତରେ ସିକ୍ରେଟ ଚାମ୍ବର କରି ଚାଲିଥିଲା ମଦ ପ୍ରସ୍ତୁତି , ଅବକାରୀ ଟିମ୍ ର ରେଡ୍ , ଜଣେ ଗିରଫ
ଭୁବନେଶ୍ୱର, ୦୯ ଅକ୍ଟୋବର (ହି.ସ)- ମୈତ୍ରୀ ବିହାର ସ୍ଥିତ ବ୍ରିବାସା ବସ୍ତିରେ ଥିବା ଏକ ଘରେ ସିକ୍ରେଟ ଚାମ୍ବର କରି ଦେଶୀ ମଦ ପ୍ରସ୍ତୁତ ହେଉଥିବା ବେଳେ ଏହାକୁ ଠାବ କରିଛି ଅବକାରୀ ଟିମ୍‌। ସମରାୟ ହାଁସଦାଙ୍କ ଘରୁ ସିକ୍ରେଟ୍ ଚାମ୍ୱର ଠାବ ପରେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବେଡରୁମରେ ଷ୍ଟଡି ଟ
ଘର ଭିତରେ ସିକ୍ରେଟ ଚାମ୍ବର କରି ଚାଲିଥିଲା ମଦ ପ୍ରସ୍ତୁତି , ଅବକାରୀ ଟିମ୍ ର ରେଡ୍ , ଜଣେ ଗିରଫ


ଭୁବନେଶ୍ୱର, ୦୯ ଅକ୍ଟୋବର (ହି.ସ)- ମୈତ୍ରୀ ବିହାର ସ୍ଥିତ ବ୍ରିବାସା ବସ୍ତିରେ ଥିବା ଏକ ଘରେ ସିକ୍ରେଟ ଚାମ୍ବର କରି ଦେଶୀ ମଦ ପ୍ରସ୍ତୁତ ହେଉଥିବା ବେଳେ ଏହାକୁ ଠାବ କରିଛି ଅବକାରୀ ଟିମ୍‌। ସମରାୟ ହାଁସଦାଙ୍କ ଘରୁ ସିକ୍ରେଟ୍ ଚାମ୍ୱର ଠାବ ପରେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବେଡରୁମରେ ଷ୍ଟଡି ଟେବୁଲ ତଳେ ଥିବା ସିକ୍ରେଟ ଚମ୍ବରକୁ ଅବକାରୀ ବିଭାଗ ଠାବ କରିଥିବା ବେଳେ ବିପୁଳ ପରିମାଣର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ।

ସମରାୟ ହାଁସଦା ବିଏମସିର ସଫେଇ ଗାଡ଼ି ଚଳାଉଥିବା ବେଳେ ତାଙ୍କର ମଦ ପ୍ରସ୍ତୁତ ଥିଲା ଦ୍ୱିତୀୟ ବ୍ୟବସାୟ। ସିକ୍ରେଟ ଚ୍ୟାମ୍ୱରରୁ ୨୦୦୦ ଲିଟର ମଦ ସହ ୪୦୦୦ ରୁ ଅଧିକ ଲିଟର ଦେଶୀ ପୋଚ ଜବତ କରାଯାଇଛି। ଏହା ସହ ଘଟଣା ସ୍ଥଳରୁ ଫେରାର ଥିବା ସମରାୟ ହାଁସଦାକୁ ଗିରଫ କରିଛି ଭୁବନେଶ୍ୱର ଅବକାରୀ ଥାନା ପୋଲିସ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande