
କୋରେଇ, ୧୬ ନଭେମ୍ବର(ହି.ସ.) – ପାଣିକୋଇଲି ପୁଲିସ ମାରପିଟ ଓ ଗଣ୍ଡଗୋଳର ଅଭିଯୁକ୍ତକୁ ଗିରଫ କରି ଅଦାଲତ ଚାଣ କରିଛି । ପ୍ରକାଶଯେ ପାଣିକୋଇଲି ଥାନା ଅନ୍ତର୍ଗତ ଅମୃତିଆ ପଂଚାୟତର ଦଇଦାସପାଟଣା ଗ୍ରାମର ଳକ୍ଷ୍ମଣ ମୁର୍ମୁଙ୍କ ଅଭିଯୋଗ ମୁତାବକ ତାଙ୍କ ପଡ଼ୋଶୀ ଜଗୁ ଓରଫ ରାଜେନ୍ଦ୍ର ହେମ୍ବ୍ରମ ତାଙ୍କ ପରିବାର ସହିତ ଗଣ୍ଡଗୋଳ କରି ମାରପିଟ କରିଥିଲା। ଯାହା ଫଳରେ ସେମାନେ ଆହତ ହୋଇଥିଲେ। ଏନେଇ ଳକ୍ଷ୍ମଣଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ୩୭୨/୨୫ ରୁଜ୍ଜୁ କରିଥିଲା। ଆଜି ଜଗୁକୁ ଗିରଫ କରିବା ପରେ ଅଦାଲତ ଚାଲାଣ କରାଯାଇଥିବା ତଦନ୍ତାଧିକାରୀ ସବଇନ୍ସପେକ୍ଟର ପ୍ରଶାନ୍ତ ଦାଶ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି